www.samajalive.in
Saturday, December 6, 2025
14.1 C
Bhubaneswar

ନଦୀରେ ଭାସି ଯାଇଥିବା ନାବାଳକଙ୍କ ମୃତଦେହ ଠାବ

ଛତ୍ରପୁର : ପୁରୁଷୋତମପୁର ଋଷିକୂଲ୍ୟା ନଦୀରେ ଗାଧୋଇବା ବେଳେ ଦୁଇ ଦିନ ତଳେ ଭାସି ଯାଇ ନିଖୋଜ ଥିବା ନାବାଳକ କୃଷ୍ଣ ମହାନ୍ତିଙ୍କ ମୃତଦେହ ଛତ୍ରପୁର ବ୍ଲକ ମାଧପୁର ବାଲି ଘାଟ ନିକଟରେ ଉଦ୍ଧାର ହୋଇଛି। ଛତ୍ରପୁର ଅଗ୍ନିଶମ ବିଭାଗ ଉଦ୍ଧାର କରିଛି ।
ସୂଚନା ଅନୁସାରେ ୨୫ ତାରିଖରେ ଷୋଳଘର ଗ୍ରାମର କାହ୍ନୁ ମହାନ୍ତି (୧୩ ବର୍ଷ) ଓ କୃଷ୍ଣ ମହାନ୍ତି (୧୫ବର୍ଷ) ଋଷିକୂଲ୍ୟ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ଏହି ସମୟରେ ସାନ ଭାଇ ନଦୀ ସ୍ରୋତରେ ଭାସି ଯାଉଥିଲା ସମୟରେ ବଡ଼ ଭାଇ କୃଷ୍ଣ ତାକୁ ଉଦ୍ଧାର କରିବାକୁ ଯାଇ ଭାସି ଯାଇଥିଲେ । ଦୁହେଁ ଭାସି ଯାଉଥିଲା ବେଳେ ଜଣେ ମହିଳା ସାନ ଭାଇ କାହ୍ନାକୁ ଉଦ୍ଧାର କରିଥିଲା ବେଳେ ବଡ଼ଭାଇ କୃଷ୍ଣ ନିଖୋଜ ହୋଇଯାଇଥିଲେ  । ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ ବୋଟସାହାଯ୍ୟରେ ଖୋଜା ଖୋଜି କରୁଥିଲେ ମଧ୍ୟ କୌଣସି ପତ୍ତା ମିଳିନଥିଲା  । ଆଜି ସକାଳୁ ତାଙ୍କ ମୃତଦେହ ମାଧପୁର ବାଲି ଘଟରେ ଭାସୁଥିବା ବେଳେ ଅଗ୍ନିଶମ ବିଭାଗ  ଉଦ୍ଧାର କରିଛି  ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories