ଛତ୍ରପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ପୋଡ଼ମପେଟା ସମୁଦ୍ର ନିକଟରେ ଅଘଟଣ। ସମୁଦ୍ରକୁ ମାଛ ଧରିବାକୁ ଯିବାବେଳେ ଭାରସାମ୍ୟ ହରାଇ ଏକ ଡଙ୍ଗା ଓଲଟି ପଡିଛି। ଫଳରେ ୬ ଜଣ ମତ୍ସ୍ୟଜୀବୀ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ଜଣେ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି। ନିଖୋଜ ଯୁବକ ଜଣକ ଏଙ୍ଗ୍.କାଲେୟା ବୋଲି ଜଣାପଡିଛି। ଖବର ପାଇବା ପରେ କୋଷ୍ଟଗାର୍ଡ, ଅଗ୍ନିଶମ ବିଭାଗ କର୍ମଚାରୀମାନେ ଖୋଜାଖୋଜି ଜାରି ରଖିଛନ୍ତି। ନିଜେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି।
Popular Categories



