www.samajalive.in
Saturday, December 6, 2025
16.1 C
Bhubaneswar

ଓଠ ଫାଟିବାରୁ ରକ୍ଷା ପାଇବାର ଉପାୟ

ଶୀତଦିନେ ଓଠ ଫାଟିବା ସମସ୍ତଙ୍କ ପାଇଁ ଏକ ସମସ୍ୟା। ଓଠ ଫାଟିବା ଦ୍ବାରା ଖାଇବା ବେ​‌ଳେ ପୋଡିଥାଏ। ଆମେ ବଜାରରେ ମିଳୁଥିବା କିଛି କ୍ରିମକୁ ଓଠରେ ଲଗାଇ ଥାଉ। ଘରେ ମଧ୍ୟ କିଛି ଜିନିଷ ବ୍ୟବହାର କରି ଆମେ ଓଠ ଫାଟିବାରୁ ରକ୍ଷା ପାଇ ପାରିବା।

ଗୋଲାପ ଫୁଲ ପାଖୁଡାକୁ ଛିଣ୍ଡାଇ ତାକୁ ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ। ତାକୁ କ୍ଷୀରରେ କିଛି ସମୟ ଭିଜାଇ ଦିଅନ୍ତୁ। ତାପରେ ତାକୁ ପେଷ୍ଟ କରନ୍ତୁ। ପେଷ୍ଟକୁ ୧୫ମିନିଟ ରଖି ଦିଅନ୍ତୁ। ତାପରେ ତାକୁ ଓଠରେ ଲଗାନ୍ତୁ। ଏପରି କରିବା ଦ୍ବାର ଓଠ ନରମ ହେବା ସହ ଗୋଲାପି ହୋଇଥାଏ। ଫାଟିବାର ସମସ୍ୟା ମଧ୍ୟ ରହି ନଥାଏ।ଘିକୁଆଁରୀର ଉପର ଚୋପାକୁ କାଟି ଦିଅନ୍ତୁ। ତାପରେ ତାକୁ ଓଠରେ ହାଲୁକା ଭାବେ ୫ମିନିଟ ଘଷନ୍ତୁ। ଏପରି କରିବା ଦ୍ବାରା ଓଠର ରୁକ୍ଷତା ଦୂର ହୋଇଯିବ।

- Advertisement -

ରାତି​‌ରେ ଶୋଇବା ପୂର୍ବରୁ ଓଠରେ କାକୁଠି ରସ ଲଗାନ୍ତୁ। ଏପରି କରିବା ଦ୍ବାରା ଓଠ ନରମ ହେବା ସହ ପ୍ରାକୃତିକ ରଙ୍ଗ ହୋଇଯିବ।

ମହୁରେ ଅନେକ ପ୍ରକାରର ପୋଷକ ତତ୍ତ୍ବ ରହିଛି। ଏହାକୁ ଓଠରେ ଲଗାଇବା ଦ୍ବାରା ନରମ ହୋଇଥାଏ। ଫାଟିବାର ସମସ୍ୟା ମଧ୍ୟ ହୋଇ ନଥାଏ।ରାତିରେ ଶୋଇବା ବେଳେ ନାଭିରେ ସୋରିଷ ତେଲ ଲଗାନ୍ତୁ। ପ୍ରତିଦିନ ଏପରି କରିବା ଦ୍ବାର ଥଣ୍ଡା ହୋଇ ନଥାଏ। ଏହାସହ ଓଠ ମଧ୍ୟ ଫାଟିନଥାଏ।

ଓଠ ଫାଟିଥିଲେ ପାଚିଲା ଅମୃତଭଣ୍ଡା ରସ ଲଗାଇ ପାରିବେ। ଏହାଦ୍ବାରା ଓଠ କୋମଳ ଓ ନରମ ହୋଇଥାଏ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories