www.samajalive.in
Saturday, December 6, 2025
26.1 C
Bhubaneswar

ଓଠ ଫାଟୁଛି କି ? ଆପଣାନ୍ତୁ ଏହି ଉପାୟ

ଶୀତଦିନେ ଓଠ ଫାଟିବା ସମସ୍ୟା ଅଧିକାଂଶ ଲୋକଙ୍କର ଦେଖା ଦେଇଥାଏ। ଏହି ଦିନରେ ଓଠ ଫାଟିବା କାରଣରୁ ରକ୍ତ ବାହାରିବା ପରି ସମସ୍ୟା ଦେଖାଦେଇଥାଏ। ଏହାଦ୍ବାର ଓଠ ପୋଡିବା ଓ ଦରଜ ହୋଇଥାଏ। ଓଠ ଫାଟିବା ଦ୍ବାରା ତାହା ମୁହଁର ସୌନ୍ଦର୍ଯ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। କିଛି ଘରୋଇ ଉପାୟ ରହିଛି ଯାହା ଦ୍ବାରା ଆପଣ ଓଠ ଫାଟିବାରୁ ରକ୍ଷା ପାଇ ପାରିବେ।

ଆସନ୍ତୁ ଜାଣିବା ସେ ଉପାୟ ଗୁଡିକ କ’ଣ ..

- Advertisement -

ଘିକୁଆଁରୀ :

ଘିକୁଆଁରୀରେ ଭିଟାମିନ ଓ ଆଣ୍ଟିଅକ୍ସିଡେଣ୍ଟ ରହିଛି। ଏହା ଓଠ ଫାଟିବା ସମସ୍ୟାରୁ ରକ୍ଷା କରିଥାଏ। ଏହାସହ ଓଠ ଫାଟି ଦରଜ ହେବା, ପୋଡିବା ପରି ସମସ୍ୟାରୁ ମୁକ୍ତି ଦେଇଥାଏ। ପ୍ରତିଦିନ ରାତିରେ ଶୋଇବା ବେଳେ ଘିକୁଆଁରୀ ଜେଲକୁ ଓଠରେ ଲଗାଇବା ଦ୍ବାରା ଲାଭ ମିଳିବ।

ନଡିଆ ତେଲ :

ନଡିଆ ତେଲରେ ଫ୍ୟାଟି ଏସିଡ ରହିଛି। ଏହା ଓଠ ଫାଟିବା ସମସ୍ୟାରୁ ରକ୍ଷା କରିଥାଏ। ନଡିଆ ତେଲ ଏକ ଉତ୍ତମ ମଶ୍ଚୁରାଇଜର ଭାବେ କାର୍ଯ୍ୟ କରିଥାଏ। ଏହା ଓଠକୁ ନରମ ମଧ୍ୟ କରିଥାଏ।

ମହୁ :

ମହୁରେ ଏଣ୍ଟି-ବ୍ୟାକ୍ଟେରିୟଲ ଗୁଣ ରହିଛି। ଏହା ଓଠ ଫାଟିବା ସମସ୍ୟାରୁ ମୁକ୍ତି ଦେଇଥାଏ। ଏହାସହ ଓଠକୁ କୋମଳ ମଧ୍ୟ କରିଥାଏ। ମହୁରେ ପେଟ୍ରୋଲିୟମ ଜେଲି ମିଶାଇ ଓଠରେ ୧୦ରୁ୧୫ମିନିଟ ଲଗାଇ ଛାଡି ଦିଅନ୍ତୁ। ନିର୍ଦ୍ଧାରିତ ସମୟ ପରେ ଟିସୁ ପେପର ସାହାର୍ଯ୍ୟରେ ପୋଛି ଦିଅନ୍ତୁ। ପ୍ରତିଦିନ ଏପରି କରିବା ଦ୍ବାରା ଓଠ ଫାଟିବା ସମସ୍ୟା ଦୂର ହୋଇଥାଏ।

ଲେମ୍ବୁ ରସ :

ଓଠ ଫାଟିବା ସମସ୍ୟାରୁ ରକ୍ଷା ପାଇବା ପାଇଁ ଲେମ୍ବୁ ରସ ଏକ ଉତ୍ତମ ଉପଚାର ଅଟେ। ଲେମ୍ବୁ ରସରେ ଭିଟାମିନ ଓ ଆଣ୍ଟିଅକ୍ସାଇଡ ରହିଛି। ଏହା ଓଠକୁ ପୋଷକ ତତ୍ତ୍ବ ଯୋଗାଇଥାଏ। ଏହାସହ ଓଠକୁ କୋମଳ ମଧ୍ୟ କରିଥାଏ। ଲେମ୍ବୁ ରସରେ କଞ୍ଚା କ୍ଷୀର ମିଶାଇ ଲଗାଇବା ଦ୍ବାରା ଓଠ ଫାଟିବା ସମସ୍ୟା ଦୂର ହୋଇଥାଏ।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories