www.samajalive.in
Monday, December 15, 2025
26.1 C
Bhubaneswar

ପ୍ରଥମ ବାଧାକୁ ସାମ୍ନା କଲା ପ୍ରଜ୍ଞାନ ରୋଭର – ଚନ୍ଦ୍ରର ବିଶାଳ ଗର୍ତ୍ତକୁ ଏପରି ପାର କଲା

ନୂଆଦିଲ୍ଲୀ – ଚନ୍ଦ୍ରଯାନ ୩ ମିସନରେ ପ୍ରଜ୍ଞାନ ରୋଭର ପ୍ରଥମ ବାଧାକୁ ସଫଳତାର ସହ ସାମ୍ନା କରିଛି । ପ୍ରଜ୍ଞାନ ରୋଭର ଚନ୍ଦ୍ରରେ ବୁଲି ବିଭିନ୍ନ ତଥ୍ୟ ସଂଗ୍ରହ କରିବା ସହ ଲ୍ୟାଣ୍ଡର ମାଧ୍ୟମରେ ଅର୍ବିଟରକୁ ଏବଂ ପରେ ପୃଥିବୀରେ ଥିବା ଅର୍ଥ ସେଣ୍ଟରକୁ ପ୍ରେରଣ କରୁଛି । ଏହାର ପ୍ରଥମ ବାଧାରେ ପ୍ରଜ୍ଞାନ ଏକ କ୍ରେଟର ବା ଚନ୍ଦ୍ରର ଗର୍ତ୍ତକୁ ସାମ୍ନା କରିଥିଲା । ପରେ ଦିଗ ପରିବର୍ତ୍ତନ କରି ଏହା ସୁରକ୍ଷିତ ଭାବେ ଚନ୍ଦ୍ର ପୃଷ୍ଟରୁ ବିଭିନ୍ନ ତଥ୍ୟ ସଂଗ୍ରହ କରିଛି ।

- Advertisement -

୧୦୦ ମିଟର ଗଭୀରେ ଏହି ଗର୍ତ୍ତ ପାର୍ଶ୍ୱ ଦେଇ ପ୍ରଜ୍ଞାନ ରୋଭର ଗତି କରିଥିଲା । ଏହାକୁ ସଫଳତାର ସହ ପାର ହେବା ପରେ, ଭାରତର ମହାକାଶ ବିଜ୍ଞାନୀମାନେ ପ୍ରଜ୍ଞାନ ସମସ୍ତ ବାଧାବିଘ୍ନ ପାର କରି ସଫଳତାର ସହ ସମସ୍ତ କାର୍ଯ୍ୟ କରି ପାରିବ ବୋଲି ବିଶ୍ୱାସ ରଖିଛନ୍ତି ।

ରୋଭର ନିଜକୁ ନିଜେ ନିୟନ୍ତ୍ରଣ କରୁଥିବା ବେଳେ ଗ୍ରାଉଣ୍ଡ ଟିମ୍ ମଧ୍ୟ ଏହାକୁ ନିୟନ୍ତ୍ରଣ କରୁଛନ୍ତି । ଅନବୋର୍ଡ କ୍ୟାମେରା ବା ରୋଭରରେ ଲାଗିଥିବା କ୍ୟାମରାରୁ ମିଳୁଥିବା ତଥ୍ୟ ପୃଥିବୀରେ ଥିବା କେନ୍ଦ୍ରରୁ ଡିଜିଟାଲ୍‌ ଏରିଭେସନ୍‌ ମଡେଲ୍‌ ଜେନେରେଟ କରାଯାଉଛି ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories