www.samajalive.in
Sunday, December 14, 2025
26.1 C
Bhubaneswar

ବାଉଁଶ କରଡ ଖାଇ ନାରିଙ୍ଗି ଗାଁରେ ୨୦ ଆମାସୟ ରୋଗରେ ଆକ୍ରାନ୍ତ, ପାଞ୍ଚ ଗୁରୁତର

ଚାନ୍ଦିପୁଟ: ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ପଞ୍ଚାୟତ ର ଆଦିମ ଆଦିବାସୀ ଗ୍ରାମ ନାରିଙ୍ଗି ସାହୀ ରେ ୨୦ଜଣ ଆମାସୟ (ଲାଳରକ୍ତଝାଡା) ରୋଗରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇପଡିଛନ୍ତି । ସେମାନଙ୍କ ମଧ୍ୟରୁ ୦୫ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଏବଂ ଗାଁର ୧୫ ଜଣ ଏବେ ବି ଅସୁସ୍ଥ ଥିବା ବେଳେ ଭ୍ରାନ୍ତ ଧାରଣା ଯୋଗୁଁ ଡାକ୍ତରଖାନା ଯିବାକୁ ଉମଙ୍ଗ ହେଉଛନ୍ତି । ଗ୍ରାମାଞ୍ଚଳରେ ଆଦିବାସୀ ଙ୍କୁ ସଚେତନା ଅଭାବରୁ କରୋନା ଚିହ୍ନଟ ଭୟରେ ଏବେ ବି ଅନେକ ମେଡ଼ିକାଲ ଆସୁନଥିବା ବେଳେ ସ୍ଥାନୀୟ ମେଡିସିନ ଷ୍ଟୋର ରୁ ଔଷଧ କିଣି ନେଵା କିମ୍ବା କ୍ବାକ୍ ଚିକିତ୍ସା କେତେବେଳେ କରୁଛନ୍ତି ତ ଅନ୍ୟକେତେବେଲେ ଚେରମୁଳ ଉପଚାର ଉପରେ ନିର୍ଭର କରିଆସୁଛନ୍ତି ।

- Advertisement -

ଚନ୍ଦ୍ରଗିରି ଗୋଷ୍ଠିସ୍ବସ୍ଥ୍ୟ କେନ୍ଦ୍ର ଠାରୁ ମାତ୍ର ଅଧ କିମି ଦୁରରେ ଅବସ୍ଥିତ ନାରିଙ୍ଗି ଗ୍ରାମରେ ଦୁଇ ଦିନ ଧରି ୨୦ ଜଣ ବ୍ୟକ୍ତି ଳାଳରକ୍ତଝାଡା ଓ ବାନ୍ତିରେ ଆକ୍ରାନ୍ତ ହୋଇପଡିବା ପରେ ପରିସ୍ଥିତି ଜଟିଳ ଆଡକୁ ଗତି କରୁଥିଲା । ତେବେ ଆଜି ଖବର ପାଇ ନାରିଙ୍ଗି ଗାଁରେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ପିପିସି ଟିମ୍ ପହଞ୍ଚି ଲୋକଙ୍କୁ ଔଷଧ ବିତରଣ କରିଛନ୍ତି । ଆମାସାୟ (ଳାଳରକ୍ତଝାଡା) କେଉଁ କାରଣରୁ ହେଲା ତାହା ସଠିକ ଭାବେ ଜଣାପଡିନଥିବା ବେଳେ ପାନୀୟ ଜଳ ଦୂଷିତ ହୋଇଥାଇପାରେ ଭାବି ଗ୍ରାମରେ ଥିବା କୂଅକୁ ବ୍ଲିଚିଂପାଉଡର ପକାଇ ବିଶୋଧନ କରିଥିଲେ ସ୍ବାସ୍ଥ୍ୟ କର୍ମୀ । ଏହା ସହ ରୋଗ ରୁ କଭଳି ଲୋକେ ରକ୍ଷା ପାଇବେ ସେନେଇ ଗ୍ରାମବାସୀଙ୍କ ଘର କୁ ଘର ବୁଲି ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ହେଲ୍ଥ ସୁଫରଭାଇଜର ବଳରାମ ସେଠୀ,ସ୍ବାସ୍ଥ୍ୟ କର୍ମୀ ରଘୁନାଥ ବେହେରା,ଉଷାରାଣି ପାଣିଗ୍ରାହୀ,ଆଶାକର୍ମୀ ଶାନ୍ତି ମହାପାତ୍ର,ଅଙ୍ଗନୱାଡି କର୍ମୀ ଖିରମଣୀ ପାଇକ ବୁଝାସୁଝା କରିଛନ୍ତି।

ଅପରପକ୍ଷେ ସବୁଦିନ ଭଳି ବନ୍ୟଜାତ ଖାଦ୍ୟ ଯଥା ବାଉଁଶ କରଡ ଗାଁର କିଛି ଲୋକେ ଆଣି ଖାଇଥିଲେ ,ଏହା ପରେ ପେଟରେ ଯନ୍ତ୍ରଣା ଅନୁଭବ ହୋଇଥିଲା , କ୍ରମଶଃ ଅନ୍ୟ ବ୍ୟକ୍ତି ଙ୍କୁ ଏଭଳି ଭାବେ ଆମାସାୟ ରୋଗ ରେ ଆକ୍ରାନ୍ତ ହୋଇଥିବା କହିଛନ୍ତି ମେଡିକାଲରେ ଭର୍ତି ହୋଇଥିବା ଜଣେ ଗୁରୁତର ରୋଗୀ । ତେବେ କରଡ ଖାଇବା ଏବଂ ପାର୍ଶ୍ବ ପ୍ରତିକ୍ରୀୟା ହେବାକୁ ଗ୍ରାମବାସୀ ଅସ୍ବିକାର କରୁଥିବା ବେଳେ କରଡ ଖାଇ ସଠିକ ପାଚନ ନ ହେଲେ ଏଭଳି ସମସ୍ୟା ହୋଇଥାଇପାରେ ବୋଲି କହିଛନ୍ତି ମେଡିକାଲ ର ଡାକ୍ତର ଉଲ୍ଲାସ ଚନ୍ଦ୍ର ରାଉତ।

Hot this week

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

Related Articles

Popular Categories