www.samajalive.in
Saturday, December 6, 2025
14.1 C
Bhubaneswar

ଚାଣକ୍ୟ ନୀତି : ଏପରି ମିଳେ କାର୍ଯ୍ୟରେ ସଫଳତା

ଆଚାର୍ଯ୍ୟ ଚାଣକ୍ୟ ନୀତି ଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡିତ ଅନେକ କଥା ଉଲ୍ଲେଖ କରିଛନ୍ତି। ନୀତି ଶାସ୍ତ୍ରରେ ବୈବାହିକ ଜୀବନ ଓ ବ୍ୟବସାୟ, କର୍ମକ୍ଷେତ୍ର ସହ ଜଡିତ ଅନେକ କଥା ବିଷୟରେ ବର୍ଣ୍ଣନା କରିଛନ୍ତି। କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତି ପାଇଁ ଜାଣନ୍ତୁ କିଛି ଉପାୟ..
ସଫଳତା ପ୍ରାପ୍ତି ପାଇଁ ଇଚ୍ଛୁକ ଥିଲେ, ନିଜ ଲକ୍ଷ୍ୟ ପ୍ରତି ସର୍ବଦା ଧ୍ୟାନ ଦିଅନ୍ତୁ। ଏହାଦ୍ୱାରା ସହଜରେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବେ। ଏଥିପାଇଁ ନିଜର କାମ ପ୍ରଥମେ ସଠିକ ଶୈଳୀରେ ଓ ନିୟମ ପୂର୍ବକ ଯୋଜନା କରନ୍ତୁ।
ଆଚାର୍ଯ୍ୟଙ୍କ ଅନୁଯାୟୀ, ସର୍ବଦା ନିଜ ପରିଶ୍ରମକୁ ଜାରି ରଖନ୍ତୁ। କଠିନ ରୁ କଠିନ ପରିଶ୍ରମ କରନ୍ତୁ। କାମ ପ୍ରତି ଅବହେଳା କରନ୍ତୁ ନାହିଁ। ସଠିକ ନିୟମର ପାଳନ କରନ୍ତୁ। ସଠିକ ସମୟରେ କାମ କରିବା ଦ୍ୱାରା ହିଁ ଲକ୍ଷ୍ୟ ପୂରଣ ହୋଇଥାଏ।
ବିଶ୍ୱସ୍ତ ; ନିଜ କାର୍ଯ୍ୟ ପ୍ରତି ସର୍ବଦା ବିଶ୍ୱସ୍ତ ରୁହନ୍ତୁ। କାମ ପ୍ରତି ଆଦୌ ଅବହେଳା କରନ୍ତୁ ନାହିଁ। ଏହାଦ୍ୱାରା ସହଜରେ ସଫଳତା ମିଳିଥାଏ।
ସଠିକ ସମୟରେ ନିଷ୍ପତ୍ତି ନିଅନ୍ତୁ। କଠିନ ପରିସ୍ଥିତିରେ ମଧ୍ୟ ଭୟ କରନ୍ତୁ ନାହିଁ। ଏହି ସମୟରେ ଧୈର୍ଯ୍ୟର ସହ ବୁଝି ବିଚାରି ନିଷ୍ପତ୍ତି ନିଅନ୍ତୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories