www.samajalive.in
Tuesday, December 9, 2025
15.1 C
Bhubaneswar

ଚମ୍ପିଆନ୍ସ ଟ୍ରଫି: ଟସ ଜିତି ଆଫଗାନିସ୍ତାନର ବ୍ୟାଟିଂ ଜାରି

ସମାଜ ଡିଜିଟାଲ ଡେସ୍କ: ଚମ୍ପିଆନ୍ସ ଟ୍ରଫିର ଗ୍ରୁପ ବି’ରେ ଶୁକ୍ରବାର ଆୟୋଜିତ ଆଫଗାନିସ୍ତାନ-ଅଷ୍ଟ୍ରେଲିଆ ମ୍ୟାଚରେ ଆଫଗାନିସ୍ତାନ ଟସ ଜିତି ବ୍ୟାଟିଂ କରୁଛି। ଶକ୍ତିଶାଳୀ ଇଂଲଣ୍ଡକୁ ହରାଇଥିବା ଆଫଗାନିସ୍ତାନର ଆତ୍ମବିଶ୍ଵାସ ଦୃଢ଼ ରହିଛି। ୧୩.୩ ଓଭର ସୁଦ୍ଧା ଦଳ ୨ ଉଇକେଟ ହରାଇ ୭୦ ରନ ସଂଗ୍ରହ କରିଛି। ଦଳର ସ୍କୋର ୩ ରନ ହୋଇଥିବାବେଳେ ପ୍ରଥମ ଝଟକା ଲାଗିଥିଲା। ସ୍ପେନସର ଜନସନଙ୍କ ବଲରେ ରହମାନୁଲ୍ଲା ଗୁରବାଜ ପ୍ରଥମ ଉଇକେଟ ଭାବେ ପାଭିଲିଅନକୁ ଫେରିଥିଲେ। ପରେ ଇବ୍ରାହିମ ଜଦରାନ ଏବଂ ସେଦିକୁଲ୍ଲା ଅଟଳ ଦଳର ସ୍କୋରକୁ ଆଗେଇ ନେଇଥିଲେ। ତେବେ ୭୦ ରନରେ ୨ୟ ଉଇକେଟର ପତନ ଘଟିଥିଲା। ଆଦାମ ଜାମ୍ପାଙ୍କ ବଲରେ ଜଦରାନ ଆଉଟ ହୋଇଥିଲେ। ସେ ୨୮ ବଲରୁ ୨୨ ରନ ସଂଗ୍ରହ କରିଥିଲେ। ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଜଦରାନ ୧୭୭ ରନର ବିଶାଳ ଇନିଂସ ଖେଳିଥିଲେ। ତେବେ ଅଟଳ ୩୧ ରନ ଏବଂ ରହମତ ଶାହ ୧ କରି ଅପରାଜିତ ରହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories