ଡି.ବ୍ରଦର୍ସ ମାମଲାରେ ୫ବର୍ଷ ତଳେ ଗିରଫ କଏଦୀଙ୍କ ମୃତ୍ୟୁ

ଚୌଦ୍ୱାର :ସ୍ଥାନୀୟ ସର୍କଲ ଜେଲର ଜଣେ ବିଚାରାଧିନ କଏଦୀର କଟକ ବଡ଼ଡାକ୍ତରଖନାରେ ମୃତ୍ୟୁ ଘଟିଥିବା ଜଣା ପଡ଼ିଛି। ମୃତକ ନାମ ଭୋଳାନାଥ ଭଗତ ବୋଲି ଜଣାପଡ଼ିଛି।​‌ ଜେଲର ଅବିନାସ ବେହେରାଙ୍କ ସୂଚନା ଅନୁଯାୟୀ ଭୋଳାନାଥ ଡି. ବ୍ରଦର୍ସ ମାମଲାରେ ୫ବର୍ଷ ତଳେ ଗିରଫ ହୋଇ ଚୌଦ୍ୱାର ଜେଲକୁ ଆସିଥିଲା। ଜାମିନରେ ଛାଡ଼ ପାଇବା ପରେ ପୁଣିଥରେ ଅନ୍ୟ ଏକ ମାମଲାରେ ଗିରଫ ହୋଇ ଚୌଦ୍ୱାର ଜେଲରେ ଥିଲା। ଗୁରୁ ବାର ଅପରାହ୍ଣରେ ହଠାତ୍ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଅମ୍ଳଜାନ ଲଗାଯାଇ କଟକ ବଡ଼ ମେଡ଼ିକାଲକୁ ପଠା ଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥରେ ତାଙ୍କର ମୃତ୍ୟୁ ହୋଇଥିଲାବୋଲି ଜେଲର ପ୍ରକାଶ କରିଛନ୍ତି।

Comments are closed.