www.samajalive.in
Sunday, December 14, 2025
14.1 C
Bhubaneswar

ବକେୟା ପ୍ରଦାନ ନିଷ୍ପତ୍ତିକୁ ନେଇ ଖୁସି ମନେଇଲେ ଓଟିଏମ୍ ଶ୍ରମିକ

ଚୌଦ୍ୱାର: ଚୌଦ୍ୱାରସ୍ଥିତ ବନ୍ଦ ଓଟିଏମ୍ର ଶ୍ରମିକ ଓ କର୍ମଚାରୀ ମାନଙ୍କୁ ସେମାନଙ୍କ ବକେୟା ପ୍ରାପ୍ୟ ପ୍ରଦାନ ପାଇଁ ଅଦାଲତ ଓ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ନେଇ ଶ୍ରମିକ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି। ଏହି ଉପଲକ୍ଷେ ଓଟିଏମ୍ ଗେଟ ସମ୍ମୁଖରେ ଓଟିଏମ୍ ବଞ୍ଚାଅ ସଂଗଠନ ତରଫରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶହ ଶହ ସଂଖ୍ୟାରେ ଶ୍ରମିକ ଓ କର୍ମଚାରୀ ଏକତ୍ରିତ ହୋଇ ଉଲ୍ଲାସ ମନାଇଥିଲେ। ଶ୍ରମିକ ନେତା ଦୀପକ କୁମାର ବାରିକଙ୍କ ନେତୃତ୍ୱରେ ଶ୍ରମିକ ମାନେ ଶୋଭାଯାତ୍ରାରେ ଯାଇ ଓଟିଏମ୍ ପରିବା ମାର୍କେଟସ୍ଥିତ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

ପରେପରେ ମିଲ୍ ଗେଟ ନିକଟରେ ଆୟୋଜିତ ଏକ ସଭାରେ ଶ୍ରୀ ବାରିକ ସୂଚନା ଦେଇଥିଲେ ଯେ ଗତ ୨୦୦୧ମସିହାରୁ ବନ୍ଦ୍ ହୋଇଯାଇଥିବା ଓଟିଏମର ୨୨୦୦ରୁ ଉର୍ଦ୍ଧ ଶ୍ରମିକ, କର୍ମଚାରୀ ଓ ସେମାନଙ୍କ ପରିବାର ବକେୟା ଅର୍ଥ ପାଇ ନପାରି ନାନା ଦୁର୍ଦ୍ଦଶା ଭିତରେ କାଳାତିପାତ କରୁଛନ୍ତି। ହକ୍ ବକେୟା ପ୍ରାପ୍ୟ ପାଇବା ଆଶାରେ ଆଜକୁ ଦୀର୍ଘ ୧୭ ବର୍ଷ ଧରି ମିଲ ଗେଟ ସମ୍ମୁଖରେ ସେମାନେ ଅହର୍ନିଶୀ ଧାରଣା ଓ ଆନ୍ଦାଳନ ଚଳାଇ ରଖିଛନ୍ତି। ଏହି ଶ୍ରମିକ ଓ କର୍ମଚାରୀ ମାନଙ୍କୁ ସେମାନଙ୍କ ବକେୟା ପ୍ରାପ୍ୟ ପ୍ରଦାନ ପାଇଁ ମାନ୍ୟବର ଅଦାଲତ ନିଷ୍ପତ୍ତି ନେଇଥିବା ଓ ଏଥିପାଇଁ ରାଜ୍ୟ ସରକାର ଧାର୍ଯ୍ୟ ଅର୍ଥରାଶୀ ପ୍ରଦାନ କରିଥିବାରୁ ଦୀର୍ଘ ୨୨ବର୍ଷ ପରେ ଶ୍ରମିକମାନଙ୍କ ମନରେ ଆନନ୍ଦ ପ୍ରକାଶ ପାଇଛି।
ସୂଚନାଯୋଗ୍ୟଯେ ଶ୍ରମିକମାନଙ୍କ ବକେୟା ପ୍ରାପ୍ୟ ବାବଦକୁ ମୋଟ ୧୧୦କୋଟି ୧୪ଲକ୍ଷ ୨୧ ହଜାର ୮୫୦ଟଙ୍କା ପ୍ରଦାନ କରିବାକୁ ଓଟିଏମ୍ ଶ୍ରମିକ ସଂଗଠନ ତରଫରୁ ଗତ ୨୦୧୩ ମସିହାରେ ଅଫିସିଆଲ ଲିକ୍ୟୁଡେଟରଙ୍କ ଠାରେ ଲିଖିତ ଭାବେ ଦାବି କରାଯାଇଥିଲା। ଗତ ସେପ୍ଟେମ୍ବର ମାସରେ ଆଦାଲତଙ୍କ ନିର୍ଦ୍ଦେଶକ୍ରମେ ଶ୍ରମିକମାନଙ୍କ ପ୍ରକୃତ ପ୍ରାପ୍ୟ ଆକଳନ ପାଇଁ ଲିକ୍ୟୁଡେଟର ଜଣେ ଚାର୍ଟର୍ଡ଼ ଆକାଉଣ୍ଟାଣ୍ଟ ନିଯୁକ୍ତ କରିଥିଲେ । ସମ୍ପୃକ୍ତ ଚାଟାର୍ଡ଼ ଫାର୍ମ ଆଇନତ ଭାବେ ଶ୍ରମିକମାନଙ୍କର ୯୭କୋଟି୪୬ଲକ୍ଷ ୮୬ ହଜାର ୧୨୨ ଟଙ୍କା ପ୍ରାପ୍ୟ ପ୍ରଦାନ ପାଇଁ ସ୍ଥିର କରିଛନ୍ତି । ଫଳରେ ବକେୟା ପାଇବାର ଆଶା ସୁଦୃଢ଼ ହୋଇଥିବାରୁ ଶ୍ରମିକମାନଙ୍କ ତରଫରୁ ଅଦାଲତ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ଏଥି ସହିତ ଶମିକ ସଂଗଠନର ନେତୃମଣ୍ଡଳୀ , ଶ୍ରମିକ ଓ କର୍ମଚାରୀ ତଥା ସେମାନଙ୍କ ପରିବାର ବର୍ଗ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ବିଭୁ ପ୍ରସାଦ ରଥ, ଦୁଳାଳସେନ ସ୍ୱାଇଁ, ଜୟୀରାମ ଷଢ଼ଙ୍ଗୀ, ଜୟରାମ ମହାରଣା,କ୍ଷୀରୋଦ ଚନ୍ଦ୍ର ନାୟକ,ଭାସ୍କର ଚନ୍ଦ୍ର ରାଉତରାୟ,ବିଜୟ ସାହୁ, ମହେଶ୍ୱର ଦଳାଇ,ନବ କିଶୋର ଭୁୟାଁ,ବିଷ୍ଣୁ ମହାରଣା ପ୍ରମୁଖ ଶ୍ରମିକ ନେତା ଉପସ୍ଥିତ ଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories