www.samajalive.in
Sunday, December 14, 2025
19.1 C
Bhubaneswar

୬ଟି ରାଜ୍ୟ ପାଇଁ ମରୁଡ଼ି ମାର୍ଗଦର୍ଶୀକା ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : କେନ୍ଦ୍ର ସରକାର ମହାରାଷ୍ଟ୍ର, ଗୁଜରାଟ୍‍, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଓ ତାମିଲ୍‍ନାଡ଼ୁ ପାଇଁ ମରୁଡ଼ି ମାର୍ଗଦର୍ଶୀକା ଜାରି କରିଛନ୍ତି।ରାଜ୍ୟରେ ଜଳାଶୟଗୁଡ଼ିକରେ ଜଳସ୍ତର ହ୍ରାସକୁ ଦୃଷ୍ଟିରେ ରଖି ଜଳର ବ୍ୟବହାରକୁ ନିୟନ୍ତ୍ରିତ କରିବାପାଇଁ ସେହି ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି।

କେନ୍ଦ୍ରୀୟ ଜଳ ଆୟୋଗର ଜଣେ ସଦସ୍ୟ ଏସ୍‍.କେ. ହାଲ୍‍ଦାର କହିଛନ୍ତି, ତାମିଲ୍‍ନାଡ଼ୁକୁ ଗତକାଲି ଏହି ଉପଦେଶବଳୀ ଜାରି କରାଯିବା ସହିତ ଗତ ସପ୍ତାହରେ ଅନ୍ୟ ରାଜ୍ୟଗୁଡ଼ିକୁ ସତର୍କତାମୂଳକ ପତ୍ର ଲେଖାଯାଇଥିଲା । ଗତ ୧୦ ବର୍ଷ ମଧ୍ୟରେ ଏହି ସମୟରେ ଜଳାଶୟଗୁଡ଼ିକରେ ରହୁଥିବା ଜଳସ୍ତର ଚଳିତବର୍ଷ ଆହୁରି ଶତକଡ଼ା ୨୦ ଭାଗ ହ୍ରାସ ଘଟିବା ପରେ ମରୁଡ଼ି ସତର୍କତା ମାର୍ଗଦର୍ଶୀକା ଜାରି କରାଯାଇଛି। ଦେଶର ୯୧ଟି ପ୍ରମୁଖ ଜଳାଶୟର ଜଳସ୍ତରକୁ କେନ୍ଦ୍ରୀୟ ଜଳ ଆୟୋଗ ତଦାରଖ କରିଥାଏ। ୨ଦିନ ଦିନ ତଳେ ପ୍ରକାଶିତ ତଥ୍ୟ ଅନୁଯାୟୀ ଏହିସବୁ ଜଳାଶଳୟର ଜଳଧାରଣ କ୍ଷମତାର ଶତକଡ଼ା ୨୨ ଭାଗ ଜଳ ଏବେ ମହଜୁଦ୍‍ ଅଛି।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories