www.samajalive.in
Saturday, December 6, 2025
14.1 C
Bhubaneswar

ଡକ୍ଟର ବି.ଆର ଆମ୍ବେଦକରଙ୍କ ଜନ୍ମଦିନରେ କେନ୍ଦ୍ରର ଛୁଟି ଘୋଷଣା  

ନୂଆଦିଲ୍ଲୀ: ଏପ୍ରିଲ୍ ୧୪ ହେଉଛି ଡକ୍ଟର ବି.ଆର ଆମ୍ବେଦକରଙ୍କ ୧୨୯ ତମ ଜନ୍ମ ଜୟନ୍ତୀ। ଚଳିତବର୍ଷ ତାଙ୍କ ଜନ୍ମ ଜୟନ୍ତୀକୁ କେନ୍ଦ୍ର ସରକାର ପକ୍ଷରୁ ଛୁଟି ଘୋଷଣା କରାଯାଇଛି। କେନ୍ଦ୍ର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଏହା ବାଧ୍ୟତାମୂଳକ ଛୁଟି ନୁହେଁ। କେନ୍ଦ୍ର ମନ୍ତ୍ରଣାଳୟର ଜଣେ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ, ପ୍ରତିବର୍ଷ ଏହି ଦିନରେ କାର୍ଯ୍ୟାଳୟ ବନ୍ଦ ରହିବ କି ନାହିଁ ତାହା ଉପରେ କେନ୍ଦ୍ର ନିଷ୍ପତ୍ତି ନେଇଥାଏ। କିନ୍ତୁ ଚଳିତ ଥର ପୂର୍ବରୁ ଏହାକୁ ଛୁଟି ଘୋଷଣା କରାଯାଇଛି।

- Advertisement -

କରୋନା ପାଇଁ ସାରା ଦେଶରେ ତାଲା ପଡିଥିବା ବେଳେ କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟରେ ‘‘ସ୍କେଲେଟଲ୍‌ ଷ୍ଟଫ୍‌’’କୁ କାର୍ଯ୍ୟ ହେଉଛି। ଅଧିକାଂଶ ଅଧିକାରୀ ଏବଂ କର୍ମଚାରୀ ଘରୁ କାର୍ଯ୍ୟ କରୁଛନ୍ତି।

ସରକାରଙ୍କ ପ୍ରାଥମିକତା ହେଉଛି ଦେଶର ପ୍ରତ୍ୟେକ ନାଗରିକଙ୍କ ଜୀବନ ରକ୍ଷା କରିବା। ଦେଶର ପରିସ୍ଥିତି ଏକ ‘ସାମାଜିକ ଜରୁରୀକାଳୀନ ପରିସ୍ଥିତି’ ସହିତ ସମାନ। ଏହା ସମୟରେ କଠୋର ନିଷ୍ପତ୍ତି ସହ ଆମକୁ ସଜାଗ ରହିବାକୁ ପଡିବ ବୋଲି ଏକ ଭିଡିଓ ସମ୍ମିଳନୀରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜନୈତିକ ଦଳର ନେତାମାନଙ୍କୁ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories