www.samajalive.in
Monday, December 8, 2025
13.1 C
Bhubaneswar

ଜଙ୍ଗଲ ଉତ୍ପାଦ ସୁରକ୍ଷିତ କରିବାକୁ ୧୫ଟି ରାଜ୍ୟକୁ ଚିଠି ଲେଖିଲେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା

ସମାଜ ପୋର୍ଟାଲ ଡେସ୍କ: ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୧୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ରାଜ୍ୟ ନୋଡାଲ ଏଜେନ୍ସିଗୁଡ଼ିକୁ ସର୍ବନିମ୍ନ ସହାୟକ ମୂଲ୍ୟରେ ବନଜାତ ଦ୍ରବ୍ୟ କ୍ରୟ କରିବାକୁ ପରାମର୍ଶ ଦେଇଛନ୍ତି। ଚିଠିରେ ସେ ଜଣାଇଛନ୍ତି ଯେ କରୋନା ସଂକ୍ରମଣ ହେତୁ ସମଗ୍ର ଦେଶରେ ଏକ ଅହ୍ୱାନମୂଳକ ପରିସ୍ଥିତି ହୋଇଛି। ମନ୍ତ୍ରୀ କହିଛନ୍ତି ଯେ ବିଭିନ୍ନ ରାଜ୍ୟ ଏହା ଦ୍ୱାରା ବିଭିନ୍ନ ସ୍ତରରେ ପ୍ରଭାବିତ ହୋଇଛନ୍ତି ଏବଂ ଆଦିବାସୀ ସମ୍ପ୍ରଦାୟ ସମେତ ଗରିବ ବର୍ଗର ଲୋକମାନେ ଏହି ପରିସ୍ଥିତିରେ ସବୁଠାରୁ ଅସୁରକ୍ଷିତ ହୋଇପଡିଛନ୍ତି।

ସେ କହିଛନ୍ତି ଯେ ଅଣ କାଠ ଜଙ୍ଗଲ ଉତ୍ପାଦ ସଂଗ୍ରହ ପାଇଁ ଏହା ପ୍ରକୃଷ୍ଟ ସମୟ ଥିଲା ତେଣୁ ଆଦିବାସୀ ସମ୍ପ୍ରଦାୟକୁ ସୁରକ୍ଷା ଯୋଗାଇ ସେମାନଙ୍କ ଜୀବିକା ନିର୍ବାହ ଓ ଅର୍ଥବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ କେତେକ ସକ୍ରିୟ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ। ମୁଣ୍ଡା କହିଛନ୍ତି ଯେ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ କରୋନା ଭାଇରସ୍ ବ୍ୟାପିବାକୁ ରୋକିବା ପାଇଁ ସହରାଞ୍ଚଳରୁ ଆଦିବାସୀ ଅଂଚଳକୁ ମଧ୍ୟସ୍ଥିଙ୍କ ଗତିବିଧିକୁ ବନ୍ଦ କରିବା ଉଚିତ। ବନ ଧନ ସ୍ୱୟଂ ସହାୟକ ଗୋଷ୍ଠୀ ସହାୟତାରେ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ଉପରେ ମନ୍ତ୍ରଣାଳୟ ଗୁରୁତ୍ୱ ଦେଉଥିବା ସେ କହିଛନ୍ତି।

- Advertisement -

ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଉତ୍ତର ପ୍ରଦେଶ, ଗୁଜରାଟ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର, ଆସାମ, ଆନ୍ଧ୍ରପ୍ରଦେଶ, କେରଳ, ମଣିପୁର, ନାଗାଲାଣ୍ଡ, ପଶ୍ଚିମବଙ୍ଗ, ରାଜସ୍ଥାନ, ଛତିଶଗଡ ଏବଂ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀଙ୍କୁ ଏହି ଚିଠି ଲେଖିଛନ୍ତି।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories