www.samajalive.in
Tuesday, December 9, 2025
17.1 C
Bhubaneswar

ଆରୋଗ୍ୟ ସେତୁ ଆପ୍‍ ବ୍ୟବହାର କରିବାକୁ ନିବେଦନ କଲେ ମୋଦୀ 

ସମାଜ ପୋର୍ଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆରୋଗ୍ୟ ସେତୁ ମୋବାଇଲ୍‍ ଆପ୍‍ ବ୍ୟବହାର କରିବାକୁ ଦେଶର ଜନସାଧାରଣଙ୍କୁ ନିବେଦନ କରିଛନ୍ତି। କୋଭିଡ୍‍-୧୯ର ମୁକାବିଲା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ମୋଦୀ କହିଛନ୍ତି। ସେ କହିଛନ୍ତି, ବୈଷୟିକ ଜ୍ଞାନ ସହାୟତାରେ ଏହି ଆପ୍‍ ବହୁ ଉପାଦେୟ ତଥ୍ୟ ଦେଇପାରିବ। ପ୍ରଧାନମନ୍ତ୍ରୀ କହିଛନ୍ତି, ଯେହେତୁ ଅଧିକରୁ ଅଧିକ ଲୋକ ଏହାର ବ୍ୟବହାର କରୁଛନ୍ତି, ସେ ଦୃଷ୍ଟିରୁ ଏହା ଅଧିକ ଫଳପ୍ରଦ ହେବ। ଏହି ଆପ୍‍ ଦେଶର ଜନସାଧାରଣଙ୍କୁ କୋଭିଡ୍‍-୧୯ର ମୁକାବିଲାରେ ଐକ୍ୟବଦ୍ଧ ହୋଇ ସଂଗ୍ରାମ କରିବାକୁ ସାହାଯ୍ୟ କରିବ।

ଏହି ଆପ୍‍ ଜଣେ ବ୍ୟକ୍ତିଙ୍କର କରୋନା ଭୂତାଣୁରେ ସଂକ୍ରମିତ ହେବାର କେତେଦୂର ସମ୍ଭାବନା ରହିଛି ତାହା ଜଣାଇ ପାରିବ। ଜଣେ ବ୍ୟକ୍ତି ମିଶୁଥିବା ବ୍ୟକ୍ତିମାନଙ୍କୁ ହିସାବକୁ ନେଇ ଏହି ଆପ୍‍ ସେହି ବ୍ୟକ୍ତିଙ୍କ ପ୍ରତି ସଂକ୍ରମଣର କେତେ ବିପଦ ରହିଛି ତାହା ଜଣାଇ ପାରିବ। ଏଥିପ।ଇଁ ଏହି ଆପ୍‍ ଅତ୍ୟାଧୁନିକ ବ୍ଲୁ ଟୁଥ୍‍ ବୈଷୟିକ ଜ୍ଞାନ, ଆଲଗୋରିଦିମ ଓ ଆର୍ଟିଫିସିଆଲ୍‍ ଇଣ୍ଟେଲିଜେନ୍ସର ପ୍ରୟୋଗ କରିବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories