ପିଏମ କେୟାର ଫଣ୍ଡ ମାମଲା : ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ପିଏମ କେୟାର ଫଣ୍ଡ ମାମଲାରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ବାରା ଦାଖଲ ହୋଇଥିବା ସତ୍ୟପାଠରେ ଦର୍ଶାଯାଇଛି ଯେ, ଜାତୀୟ ତଥା ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି ଭଳି ରିଲିଫ୍ ତଥା ସହାୟତା କାର୍ଯ୍ୟ ନିମନ୍ତେ ସ୍ବେଚ୍ଛାକୃତ ଦାନ ଗ୍ରହଣ କରୁଥିବା ଏକ ପାଣ୍ଠି।

ସୂଚନାଯୋଗ୍ୟ, କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପିଏମ କେୟାର ଫଣ୍ଡ ନାମକ ଏକ ରିଲିଫ ପାଣ୍ଠି ଆରମ୍ଭ ହୋଇଛି। କିନ୍ତୁ ଏହାର ସ୍ୱଚ୍ଛତା ଏବଂ ମିଳୁଥିବା ଟଙ୍କାକୁ ନେଇ ବିରୋଧୀ ଦଳମାନେ ପ୍ରଶ୍ନ ଉଠାଇଥିବାବେଳେ ଏହି ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟରେ ମଧ୍ୟ ଏକ ଜନସ୍ବାର୍ଥ ମାମଲା ଦାଖଲ ହୋଇଛି।

Comments are closed.