www.samajalive.in
Saturday, December 6, 2025
26.1 C
Bhubaneswar

ଓଡ଼ିଶା ରେଳ ଇତିହାସରେ ପ୍ରଥମ; ୧୫ ହଜାର କୋଟିର ୬ ନୂଆ ପ୍ରକଳ୍ପକୁ କେନ୍ଦ୍ରର ମଞ୍ଜୁରୀ

ନୂଆଦିଲ୍ଲୀ : ଓଡ଼ିଶାର ରେଳ ଇତିହାସରେ ପ୍ରଥମ ଥର ପାଇଁ ୧୫ ହଜାର ୪ କୋଟି ଟଙ୍କା ବ୍ୟୟରେ ୬ଟି ଗୁରୁତ୍ୱପୂର୍ଣ୍ଣ ନୂତନ ରେଳ ପ୍ରକଳ୍ପ ନିର୍ମାଣ ହେବାକୁ ଯାଉଛି। ଏ ସମ୍ପର୍କିତ ପ୍ରସ୍ତାବ କେନ୍ଦ୍ର କ୍ୟାବିନେଟ ଦ୍ୱାରା ଅନୁମୋଦିତ ହୋଇଛି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ କେନ୍ଦ୍ର କ୍ୟାବିନେଟର ଅର୍ଥନୈତିକ କମିଟି ବୈଠକରେ ଓଡ଼ିଶାର ଛଅଟି ସମେତ ସମୁଦାୟ ୮ଟି ରେଳ ପ୍ରକଳ୍ପ ନିର୍ମାଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ରେଳ, ସୂଚନା ଓ ପ୍ରସାରଣ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା ଅନୁଯାୟୀ, ୮ଟି ନୂତନ ରେଳ ପ୍ରକଳ୍ପ ନିର୍ମାଣ ବାବଦରେ ସମୁଦାୟ ୨୪, ୬୫୭ କୋଟି ଟଙ୍କା ଖର୍ଚ୍ଚ ହେବ। କ୍ୟାବିନେଟ ଦ୍ୱାରା ଅନୁମୋଦିତ ରେଳ ପ୍ରକଳ୍ପରେ ଉତ୍ତର ଓଡ଼ିଶାର ୩ଟି ଏବଂ ଦକ୍ଷିଣ-ପଶ୍ଚିମ ଓଡ଼ିଶାର ୩ଟି ପ୍ରକଳ୍ପ ରହିଛି। ସମସ୍ତ ଛଅଟି ପ୍ରକଳ୍ପ ରାଜ୍ୟର ଆକାଂକ୍ଷା ଜିଲା ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ନିର୍ମାଣ କରାଯିବ। ଦକ୍ଷିଣ ଓଡ଼ିଶାରେ ଗୁଣୁପୁର-ଥେରୁବାଲି (୭୩.୬ କି.ମି) ଓ ମାଲକାନଗିରି-ଭଦ୍ରାଚଳମ-ପାଣ୍ଡୁରଙ୍ଗାପୁରମ (୧୭୩.୬ କି.ମି) ଏବଂ ଦକ୍ଷିଣ-ପଶ୍ଚିମ ଓଡ଼ିଶାରେ ଜୁନାଗଡ଼-ନବରଙ୍ଗପୁର (୧୧୬.୨ କି.ମି) ନୂତନ ରେଳପଥ ନିର୍ମାଣ ହେବ। ସେହିପରି ଉତ୍ତର ଓଡ଼ିଶାରେ ବାଦାମପାହାଡ଼-କେନ୍ଦୁଝରଗଡ଼ (୮୨ କି.ମି), ଗୋରୁମହିଷାଣୀ-ବାଙ୍ଗିରିପୋଷି (୮୫.୬ କି.ମି) ଏବଂ ବୁଢ଼ାମରା-ଚାକୁଳିଆ (୬୦ କି.ମି) ନୂତନ ରେଳପଥ ନିର୍ମାଣ ପ୍ରସ୍ତାବ ରହିଛି। ଗୁଣୁପୁର-ଥେରୁବାଲି

ରେଳପଥ ନିର୍ମାଣ ପାଇଁ ୧୩୨୬ କୋଟି, ମାଲକାନଗିରି-ଭଦ୍ରାଚଳମ-ପାଣ୍ଡୁରଙ୍ଗାପୁରମ ନିର୍ମାଣ ପାଇଁ ୪୧୦୯ କୋଟି, ଜୁନାଗଡ଼-ନବରଙ୍ଗପୁର ରେଳପଥ ନର୍ମାଣ ପାଇଁ ୩୨୭୪ କୋଟି, ବାଦାମପାହଡ଼-କେନ୍ଦୁଝରଗଡ଼ ରେଳପଥ ନିର୍ମାଣ ପାଇଁ ୨୧୦୭ କୋଟି, ବାଙ୍ଗିରିପୋଷି-ଗୋରୁମହିଷାଣୀ ନୂତନ ରେଳପଥ ନିର୍ମାଣ ପାଇଁ ୨୫୪୯ କୋଟି ଏବଂ ବୁଢ଼ାମରା-ଚାକୁଳିଆ ନୂତନ ରେଳପଥ ନିର୍ମାଣ ପାଇଁ ୧୬୩୯ କୋଟି ଟଙ୍କା ଖର୍ଚ୍ଚ ହେବ। ପିଏମ ଗତିଶକ୍ତି ଅନୁଯାୟୀ ପ୍ରସ୍ତାବିତ ନୂତନ ରେଳପଥ ନିର୍ମାଣ ଦ୍ୱାରା ଆସାନସୋଲ ଠାରୁ ୱାରଙ୍ଗଲ ମଧ୍ୟରେ ନୂତନ ରେଳ କରିଡର ନିର୍ମାଣ ହୋଇପାରିବ।

- Advertisement -

ଏହି ସବୁ ପ୍ରକଳ୍ପ ଦ୍ବାରା ଓଡ଼ିଶା ସମେତ ଛତିଶଗଡ଼, ଝାଡ଼ଖଣ୍ଡ ରାଜ୍ୟ ବିଶେଷ ଭାବେ ଉପକୃତ ହେବେ। ଶିମିଳିପାଳର ବ୍ୟାଘ୍ର ଅଭୟାରଣ୍ୟରେ ପର୍ଯ୍ୟଟନ, କୋରାପୁଟ କଫି ଆଦିର ପ୍ରଚାର ପ୍ରସାର, ଆଲୁମିନିୟମ ଓ ଇସ୍ପାତ ଶିଳ୍ପକୁ କଞ୍ଚାମାଲ ଯୋଗାଣ ତଥା ଦେଶର ପୂର୍ବତଟରେ ଅବସ୍ଥିତ ବନ୍ଦର ସହ ସଂଯୋଗୀକରଣ ଅଧିକ ସୁଗମ ହୋଇପାରିବ। ସେହିପରି ଦକ୍ଷିଣ ଭାରତରେ ଅବସ୍ଥିତ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରକୁ ପୂର୍ବ ଓ ମଧ୍ୟ ଭାରତରୁ କୋଇଲା ଯୋଗାଣ ସହଜ ହୋଇପାରିବ। ପର୍ଯ୍ୟଟନ କ୍ଷେତ୍ର, ଆର୍ଥିକ କ୍ଷେତ୍ରର ବିକାଶ ଘଟିବା ସହ ଶକ୍ତି ସୁରକ୍ଷା, ଖଣିଜ ସମ୍ପଦ ସୁରକ୍ଷା ସମ୍ଭବ ହୋଇପାରିବ ବୋଲି ମନ୍ତ୍ରୀ ବୈଷ୍ଣବ କହିଛନ୍ତି। କେବିକେ ଅଞ୍ଚଳର ବଲାଙ୍ଗିର, କଳାହାଣ୍ଡି, ନୂଆପଡ଼ା ଜିଲାରୁ କୃଷକଙ୍କ ଦ୍ୱାରା ଉତ୍ପାଦିତ ଚାଉଳ ରପ୍ତାନି ହୋଇପାରିବ। ପୂର୍ବଭାରତର ବିକାଶ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ବଜେଟରେ ଯେଉଁ ପରିକଳ୍ପନା କରିଥିଲେ ତାହା କାର୍ଯ୍ୟକାରୀ କରିଛନ୍ତି ବୋଲି ମନ୍ତ୍ରୀ ବୈଷ୍ଣବ କହିଥିଲେ। ମଞ୍ଜୁରୀପ୍ରାପ୍ତ ଅନ୍ୟ ଦୁଇ ରେଳପ୍ରକଳ୍ପ ମଧ୍ୟରେ ବିହାର ଓ ଝାଡ଼ଖଣ୍ଡ ରାଜ୍ୟରେ ବିକ୍ରମଶିଳା-କାଟେରିଆ ଏବଂ ମହାରାଷ୍ଟ୍ରର ଜଲଗାଁଓ-ଜଲନା ନୂତନ ରେଳପ୍ରକଳ୍ପ ରହିଛି। ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଓ ବିହାର ଆଦି ୭ଟି ରାଜ୍ୟରେ ଏସବୁ ରେଳପ୍ରକଳ୍ପ ନିର୍ମିତ ହେବ। ଏଥିରେ ୬୪ଟି ନୂତନ ରେଳ ଷ୍ଟେସନ ନିର୍ମିତ ହେବା ସହ ୩ କୋଟି କର୍ମଦିବସ ସୃଷ୍ଟି କରାଯିବ। ଆଠଟି ନୂତନ ରେଳପ୍ରକଳ୍ପ ନିର୍ମାଣ ସମ୍ପୂର୍ଣ୍ଣ ହେଲେ ଅତିରିକ୍ତ ୧୪୩ ନିୟୁତ ଟନ ମାଲ ପରିବହନ ହୋଇପାରିବ ବୋଲି ମନ୍ତ୍ରୀ ବୈଷ୍ଣବ ଦର୍ଶାଇଛନ୍ତି।

 

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories