www.samajalive.in
Tuesday, November 18, 2025
27.1 C
Bhubaneswar

ମୁକ୍ତିଲାଭ କଲା ‘ଭଗିଆ ଭାରିଯା’

ଭୁବନେଶ୍ବର: ଓଡ଼ିଶାର ୩୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ବହୁ ପ୍ରତୀକ୍ଷିତ ଓଡ଼ିଆ ସିନେମା ‘ଭଗିଆ ଭାରିଯା’।ଭୁବନେଶ୍ୱରରେ ସମୁଦାୟ ୬ଟି ସୋ’ରେ ପ୍ରଦର୍ଶନ ଜାରି ରଖିଥିବା ବେଳେ ସ୍ଥାନୀୟ ମହାରାଜା ହଲରେ ଏହାର ପ୍ରିମିୟର ସୋ’ ଅନୁଷ୍ଠିତ ହୋଇଯାଇଛି। ପ୍ରିମିୟର ସୋ’ ରେ ନିଜର ପ୍ରିୟ ତାରକାଙ୍କୁ ପାଖରେ ଦେଖିବାକୁ ଦର୍ଶକଙ୍କ ଭିଡ କହିଲେ ନସରେ । ଚଳଚ୍ଚିତ୍ରର କଳାକାର ଓ ଟେକ୍ନିସିଆନଙ୍କ ସମେତ ଇଣ୍ଡଷ୍ଟ୍ରି ସହ ସଂପୃକ୍ତ ବହୁ ବ୍ୟକ୍ତିବିଶେଷ ଏହି ପ୍ରିମିୟର ସୋ’ରେ ଯୋଗ ଦେଇଥିଲେ।

- Advertisement -

ସାମ୍ପ୍ରତିକ ଘଟଣାବଳୀକୁ ନେଇ ଏହାର କାହାଣୀ। ଜଣେ ଅଟୋ ଡ୍ରାଇଭର ସ୍ୱାମୀ ଓ ରିଲ୍ସ ପ୍ରେମରେ ପଡ଼ିଥିବା ସ୍ତ୍ରୀର ସମ୍ପର୍କ ଉପରେ ଆଧାରିତ। ହରିବୋଲ ଏଣ୍ଟରଟେନମେଣ୍ଟ ଆଣ୍ଡ ପ୍ରାଇଭେଟ୍ ଲିମିଟେଡ ଦ୍ୱାରା ପ୍ରସ୍ତୁତ ‘ଭଗିଆ ଭାରିଯା’ର ପ୍ରମୁଖ ଚରିତ୍ରରେ ହରିହର ମହାପାତ୍ର ଓ ଦେବଯାନୀ ଥିବା ବେଳେ ଅନ୍ୟାନ୍ୟ ଚରିତ୍ରରେ ଅଛନ୍ତି ବବି ମିଶ୍ର, ପୁପିନ୍ଦର, ବ୍ରଜସିଂ, ଦେବୁବ୍ରହ୍ମା, ତୃପ୍ତି ସିହ୍ନା, କାଳିଆ ଓ ଭକ୍ତି। କାହାଣୀ ଚିତ୍ରନାଟ୍ୟ ସଂଳାପ ନିଜେ ହରିହର ମହାପାତ୍ର ଲେଖିଥିବା ବେଳେ ନିର୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ ଓରଫ୍ ବାପି। ପ୍ରଯୋଜନା ଦାୟିତ୍ବ ନିର୍ବାହ କରିଛନ୍ତି ଡ. ଭୀଷ୍ମ ରଥ ଓ ହରିହର ମହାପାତ୍ର। ସଙ୍ଗୀତ ଦେଇଛନ୍ତି ମେଲୋଡି ମେକର ମଳୟ ମିଶ୍ର। ସମ୍ପାଦନାରେ ଅଛନ୍ତି ରାଜେଶ ଦାଶ।

‘ଭଗିଆ ଭାରିଯା’ର ମୌଳିକ କାହାଣୀ ଦର୍ଶକଙ୍କ ଦ୍ଵାରା ଆଦୃତ ହୋଇଥିବା ବେଳେ ହରି, ଦେବଯାନୀ, ବବି ମିଶ୍ର ଓ ପୁପିନ୍ଦରଙ୍କ ଅଭିନୟ ବେଶ୍ ଆକର୍ଷଣୀୟ ହୋଇପାରିଛି । ଚଳଚ୍ଚିତ୍ରଟି ପାଇଁ ପ୍ଲସ ପଏଣ୍ଟ ସାଜିଛି ଏହାର ସଙ୍ଗୀତ। ଟାଇଟଲ ଗୀତଟି ଏବେ ଟ୍ରେଣ୍ଡିଙ୍ଗରେ ରହିଛି।
ସବୁ ଦୃଷ୍ଟିରୁ ସିନେମାଟି ସର୍ବାଙ୍ଗ ସୁନ୍ଦର ହୋଇପାରିଛି ଓ ସବୁ ବର୍ଗର ଦର୍ଶକଙ୍କୁ ଆକୃଷ୍ଟ କରିପାରିଛି। ଯେଉଁମାନେ ମୌଳିକ ସିନେମା ହେଉନାହିଁ ବୋଲି ଅଭିଯୋଗ କରୁଛନ୍ତି ସେମାନେ ନିଶ୍ଚିତ ଭାବେ ଭଗିଆ ଭାରିଯା ଦେଖିବା ଉଚିତ୍।

Hot this week

କିଏ ଏହି ହିଡମା , ଯାହାକୁ ଧରିବା ପାଇଁ ଥିଲା ୧କୋଟି ଟଙ୍କାର ପୁରସ୍କାର ?

ମାଲକାନଗିରି : ମାଓବାଦୀ ମୁକ୍ତ ଅପରେସନରେ ଆଜି ସକାଳେ ମାଲକାନଗିରି ସୀମାନ୍ତରେ...

ସାଇବର ଠକେଇ: ୧୨ ଗିରଫ

ଝାରସୁଗୁଡା: ଝାରସୁଗୁଡାରେ ବଡଧରଣର ସାଇବର ଠକେଇର ପର୍ଦ୍ଦାଫାଶ ହୋଇଛି। ଝାରସୁଗୁଡା ପୁଲିସ୍‌...

ଏସସିବିରେ ଲଜ୍ଜା: ଆଇସିୟୁ ଭିତରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

ସମାଜଲାଇଭ ଡେସ୍କ: କଟକ ବଡ଼ ଡାକ୍ତରଖାନାରେ ଘଟିଛି ଲଜ୍ଜାଜନକ ଘଟଣା। ବଡ଼...

୧୦ ଅଭିଯୁକ୍ତଙ୍କ ନାଁରେ ଏନ୍‌ଆଇଏ ଚାର୍ଜସିଟ୍

ଭୁବନେଶ୍ଵର : ବାଂଲାଦେଶୀ ନାବାଳିକା ଚାଲାଣ ଅଭିଯୋଗରେ ୧୦ ଅଭିଯୁକ୍ତଙ୍କ ନାଁରେ...

ଏକ୍ସ ଓ ଚାଟ୍‌ଜିପିଟି ସର୍ଭର ଡାଉନ୍

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଏବଂ ଚାଟ୍ ଜିପିଟି ସର୍ଭର...

Related Articles

Popular Categories