ଦେଶରେ ବଢ଼ୁଛି ସଂକ୍ରମଣ ଅନୁପାତ: କରୋନା ରୋଗୀଙ୍କ କଣ୍ଟାକ୍ଟ ଟ୍ରେସିଙ୍ଗ ଉପରେ କେନ୍ଦ୍ରର ଗୁରୁତ୍ୱ

କେନ୍ଦ୍ର ସରକାର କୋଭିଡ୍‍ ନାଇଣ୍ଟିନ୍‍ ସଂକ୍ରମଣ କ୍ଷେତ୍ରରେ ଅଧିକରୁ ଅଧିକ ପରୀକ୍ଷା କରିବା, ସଂକ୍ରମିତମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଶୀଘ୍ର ଚିହ୍ନଟ କରିବା ଓ ଠିକ୍‍ ସମୟରେ ସେମାନଙ୍କର ଚିକିତ୍ସା କରିବା ପ୍ରତି ଗୁରୁତ୍ୱାରୋପ କରିଛନ୍ତି। କେନ୍ଦ୍ର ସରକାର ମଧ୍ୟ ରାଜ୍ୟଗୁଡ଼ିକୁ ସେମାନଙ୍କର ପରୀକ୍ଷାଗାର ଗୁଡ଼ିକର ସଂଖ୍ୟା ବୃଦ୍ଧି କରିବା ଦିଗରେ ସହାୟତା କରୁଛନ୍ତି। ଏହା ଯୋଗୁଁ ଦେଶରେ ସଂକ୍ରମିତମାନଙ୍କ ସଂଖ୍ୟା କମ୍‍ କରାଯାଇ ପାରୁଛି। ଭାରତରେ ସଂକ୍ରମିତ ହାର ଶତକଡ଼ା ୬.୭୩ % ରହିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି, ଦିଲ୍ଲୀରେ RT-PCR ଓ ର‍୍ୟାପିଡ୍‍ ଆଣ୍ଟିଜେନ୍‍ ଟେଷ୍ଟ୍‍ ମାଧ୍ୟମରେ ନମୁନା ପରୀକ୍ଷା ବୃଦ୍ଧି କରାଯାଉଛି। ର‍୍ୟାପିଡ୍‍ ଆଣ୍ଟିଜେନ୍‍ ଟେଷ୍ଟର ୩୦ମିନିଟ୍‍ ଭିତରେ ଫଳାଫଳ ଜଣାପଡ଼ିଯାଉଛି। ମନ୍ତ୍ରଣାଳୟ କହିଛି, ଦିଲ୍ଲୀରେ ନମୁନା ପରୀକ୍ଷା ବହୁଗୁଣରେ ବୃଦ୍ଧି ପାଇଛି।

ଗତ ପହିଲା ତାରିଖରୁ ୫ ତାରିଖ ମଧ୍ୟରେ ଦିଲ୍ଲୀରେ ଦୈନିକ ହାରାହାରି ୧୮ହଜାର ୭୬୬ ଲେଖାଏଁ ନମୁନା ପରୀକ୍ଷା କରାଯାଇଛି। ମନ୍ତ୍ରଣାଳୟ ପୁଣି କହିଛି, ପରୀକ୍ଷା ତ୍ୱରାନ୍ୱିତ ହେବା ଯୋଗୁଁ ସଂକ୍ରମିତମାନଙ୍କ ହାର ଗତ ତିନି ସପ୍ତାହ ଧରି ଶତକଡ଼ା ୩୦ଭାଗରୁ ଶତକଡ଼ା ୧୦ଭାଗକୁ ହ୍ରାସ ପାଇଛି।

Comments are closed.