www.samajalive.in
Sunday, December 7, 2025
26.1 C
Bhubaneswar

କେନ୍ଦ୍ରର ସତ୍ୟପାଠ- ରାଜ୍ୟଗୁଡିକ କାଉଡି ଯାତ୍ରା ପାଇଁ ଅନୁମତି ଦେବା ଅନୁଚିତ

ନୂଆଦିଲ୍ଲୀ: ଦେଶରେ ଥିବା ଶୈବପୀଠଗୁଡିକରେ ଶ୍ରାବଣ ମାସରେ ଜଳଲାଗି କରିବାକୁ ଶ୍ରଦ୍ଧାଳୁଙ୍କ ଦ୍ୱାରା ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା କାଉଡି ଯାତ୍ରାକୁ ଚଳିତ ବର୍ଷ କୋଭିଡ ମହାମାରୀ କାରଣରୁ ଅନୁମତି ଦିଆଯିବା ଉଚିତ ନୁହେଁ ବୋଲି କେନ୍ଦ୍ର ସରକାର କହିଛନ୍ତି। ଉତ୍ତର ପ୍ରଦେଶ ସରକାର ରାଜ୍ୟରେ କାଉଡି ଯାତ୍ରା ପାଇଁ ଅନୁମତି ଦେବାପରେ ସୁପ୍ରିମକୋର୍ଟ ଏହାକୁ ନେଇ କ୍ଷୋଭ ପ୍ରକାଶ କରିବା ସହିତ ଏ ସମ୍ପର୍କରେ ପକ୍ଷ ରଖିବାକୁ କେନ୍ଦ୍ର ଓ ଉତ୍ତର ପ୍ରଦେଶ ସରକାରଙ୍କୁ କହିଥିଲେ। ଏହି ଘଟଣାର କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରି ଦେଶରେ କାଉଡି ଯାତ୍ରା ସପକ୍ଷରେ ନଥିବା କହିଛନ୍ତି। ଏଥିସହିତ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ରାଜ୍ୟଗୁଡିକ ସେମାନଙ୍କ ନିଜ ରାଜ୍ୟରେ ଏଥିପାଇଁ ଅନୁମତି ଦେବା ଅନୁଚିତ। ତେବେ ରାଜ୍ୟ ସରକାରମାନେ ଏଭଳି ଏକ ବ୍ୟବସ୍ଥା ପ୍ରସ୍ତୁତ କରିପାରିବେ ଯେଉଁଥିରେ ଟ୍ୟାଙ୍କରରେ ଗଙ୍ଗା ଜଳ ଅଣାଯାଇ ତାହାକୁ ନିର୍ଦ୍ଧାରିତ ସ୍ଥାନଗୁଡିକରେ ଉପଲବ୍ଧ କରାଯାଇପାରିବ। ତାହାକୁ ନେଇ ନିକଟସ୍ଥ ଶିବ ମନ୍ଦିରଗୁଡିକରେ ଅଭିଷେକ କରାଯାଇପାରିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଉ ମଧ୍ୟ କୁହାଯାଇଛି ଯେ ଶିବ ମନ୍ଦିରଗୁଡିକରେ ଭକ୍ତମାନଙ୍କ ଦ୍ୱାରା ଅଭିଷେକ ସମୟରେ କୋଭିଡ କଟକଣାକୁ କଡାକଡି ଭାବରେ ପାଳନ କରାଯିବା ଦିଗରେ ରାଜ୍ୟ ସରକାରମାନେ ଦୃଷ୍ଟି ଦେବାକୁ ହେବ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories