www.samajalive.in
Saturday, December 13, 2025
26.1 C
Bhubaneswar

୨୦୨୭ ମାର୍ଚ୍ଚ ୧ରୁ ଜନଗଣନା

ନୂଆଦିଲ୍ଲୀ : ୨୦୨୭ ମାର୍ଚ୍ଚ ପହିଲାରୁ ଦେଶରେ ଷୋଡଶ ଜନଗଣନା ହେବ। ଦେଶରେ ଦୁଇଟି ପର୍ଯ୍ୟାୟରେ ମାର୍ଚ୍ଚ ୧ରୁ ପ୍ରଥମଥର ପାଇଁ ଜାତି ଜନଗଣନା ହେବ। ସମ୍ପୂର୍ଣ୍ଣ ଡିଜିଟାଲ ଜରିଆରେ ଗଣନା ହେବ। ଏ ନେଇ ମୋବାଇଲ୍ ଆପ୍ ପ୍ରସ୍ତୁତ କରାଯିବ। ଏଥିରେ ୩୪ ଲକ୍ଷ ପର୍ଯ୍ୟବେକ୍ଷକ କାର୍ଯ୍ୟ କରିବେ। ଏ ନେଇ ଆଜି ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ତୁଷାରପାତ ହେଉଥିବା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଆଗୁଆ ଗଣନା ହେବ। ଲଦାଖ, ଜମ୍ମୁ କାଶ୍ମୀର , ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ୨୦୨୬ ଅକ୍ଟୋବର ୧ ତାରିଖରୁ ଜନଗଣନା ହେବ। ଏହାପରେ ବଳକା ରାଜ୍ୟରେ ୨୦୨୭ ମାର୍ଚ୍ଚ ୧ରୁ ଆରମ୍ଭ ହେବ। ଗଣନା ପାଇଁ ପାଖାପାଖି ୨୧ ମାସ ଲାଗିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories