www.samajalive.in
Saturday, December 6, 2025
26.1 C
Bhubaneswar

ଗୋପାଳପୁରରେ ଲଜ୍ଜା; ପୁରୁଷବନ୍ଧୁଙ୍କ ସହ ବୁଲିବାକୁ ଆସିଥିବା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୭ ଅଟକ

ଗୋପାଳପୁର: ଗୋପାଳପୁରରେ ଲଜ୍ଜା ! ଗୋପାଳପୁର ବେଳାଭୂମିକୁ ପୁରୁଷ ବନ୍ଧୁଙ୍କ ସହ ବୁଲିବାକୁ ଆସିଥିବା ଜଣେ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗକୁ ଆଧାର ପୁଲିସ ଘଟଣାରେ ସମ୍ପୃକ୍ତ ୬/୭ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି। ଏଥିରେ ସମ୍ପୃକ୍ତ ଅନ୍ୟ କିଛି ଅଭିଯୁକ୍ତଙ୍କୁ ଧରିବା ଲାଗି ପୁଲିସ ଅଧିକ ଛାନଭିନ ଚଳାଇଛି।

ଅଭିଯୋଗ ଅନୁଯାୟୀ, ଗତ ରବିବାର ଅପରାହ୍ନରେ ବ୍ରହ୍ମପୁରର ଏକ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଜଣେ ଛାତ୍ରୀ ନିଜ ପୁରୁଷବନ୍ଧୁଙ୍କ ସହ ଗୋପାଳପୁର ବୁଲିବାକୁ ଆସିଥିଲେ। ବିଡିଏ ଅଧୀନରେ ରହିଥିବା କାଠ ପୋଲ ବୁଲିବାକୁ ଟିକଟ କାଟି ଉଭୟ ଭିତରକୁ ଯାଇଥିଲେ। ପ୍ରାୟ ସନ୍ଧ୍ୟା ୭ଟା ବେଳେ ହିଞ୍ଜିଳିକାଟୁ ସମେତ ଅନ୍ୟାନ୍ୟ ଅଞ୍ଚଳର ୧୦ ଜଣ ଯୁବକ ୩ଟି ମୋଟରସାଇକେଲରେ କାଠ ପୋଲ ବୁଲିବାକୁ ଯିବା ସହ ମଦ୍ୟପାନ କରିଥିଲେ। ଯୁବକମାନେ ବୁଲାବୁଲି କରୁଥିବା ବେଳେ ଛାତ୍ରୀଙ୍କୁ ତାଙ୍କ ପୁରୁଷବନ୍ଧୁଙ୍କ ସହିତ ନିଛାଟିଆ ସ୍ଥାନରେ ବସିଥିବା ଦେଖି ଅସଦାଚରଣ କରିଥିଲେ। ଏହା ପରେ ତାଙ୍କୁ ନିକଟସ୍ଥ କାଠ ପୋଲ ଅଞ୍ଚଳକୁ ନେଇ ଗଣଦୁଷ୍କର୍ମ କରିଥିଲେ ବୋଲି ଛାତ୍ରୀ ଜଣକ ଥାନାରେ ଗତ କାଲି ରାତି ୧୧ଟାରେ ଅଭିଯୋଗ କରିଥିଲେ ‌। ଅଭିଯୋଗ ପାଇବା ପରେ ପୁଲିସ ଜଣେ ଅଭିଯୁକ୍ତକୁ ପ୍ରଥମ ଅଟକ ରଖି ପଚରାଉଚରା କରିଥିଲା। ଏହାପରେ ଅନ୍ୟ ୬ ଜଣଙ୍କୁ ବିଭିନ୍ନ ସ୍ଥାନରୁ ଖୋଜି ଥାନାରେ ଅଟକ ରଖି ପଚରା ଉଚରା ଚଳାଇଥିବା ଜଣାପଡିଛି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories