BJD Bijuli 480×75 Mob

ଡେରାଡୁନରେ ସିବିଏସଇ ଜାତୀୟ ତୀରନ୍ଦାଜ ପ୍ରତିଯୋଗିତା, ଭାଗନେବେ କଳାହାଣ୍ଡିର କଳ୍ପିତା

BJD Bijuli 480×75 Mob
ଲାଞ୍ଜିଗଡ : ଉତ୍ତରାଖଣ୍ଡର ରାଜଧାନୀ ଡେହେରାଡୁନରେ ନଭେମ୍ବର ୭ ତାରିଖରେ ସିବିଏସଇ ଜାତୀୟ ତୀରନ୍ଧାଜ ପ୍ରତିଯୋଗୀତା ଆୟୋଜିତ ହେବ। ଏଥିରେ ଭାଗ ନେବା ପାଇଁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଅନ୍ତର୍ଜାତିୟ ସ୍କୁଲର ଛାତ୍ରୀ କଳ୍ପିତା ପ୍ରଧାନଶନିବାର ଡେରାଡୁନ ଗସ୍ତ କରିଛନ୍ତି। କଳ୍ପିତା ଗତ ଅକ୍ଟୋବର ମାସରେ ପଶ୍ଚିମବଙ୍ଗର ନଦିଆ ଜିଲ୍ଲା ଖରଦାପଡାସ୍ଥିତ ଚାଟ୍ଟାର୍ଜୀ ନୋବେଲେ ସ୍କୁଲରେ ୧୫ ତାରିଖରୁ ୧୬ ତାରିଖ ପର୍ୟ୍ୟନ୍ତ ସିବିଏସଇ ଜୋନ ସ୍ତରୀୟ ତୀରନ୍ଧାଜ ପ୍ରତିଯୋଗୀତାରେ ଭାଗ ନେଇ ୨୦ ମିଟର ପ୍ରତିଯୋଗିତାରେ ରୌପ୍ୟ ଓ ୩୦ ମିଟର ପ୍ରତିଯୋଗିତାରେ କାଂସ୍ୟ ପଦକ ହାସଲ କରି ଜାତୀୟ ସ୍ତର ପାଇଁ ମନୋନୀତ ହୋଇଥିଲେ। ସ୍କୁଲର ଶିକ୍ଷକ ମୋନଜ ପ୍ରଧାନ ତଥା କଳ୍ପିତାଙ୍କ ବାପା କ୍ରୀଡା ଶିକ୍ଷକ ଭାବେ କଳ୍ପିତାଙ୍କ ସହିତ ଡେହେରାଡୁନ ଗସ୍ତ କରିଛନ୍ତି। ଲାଞ୍ଜିଗଡ ଡିଏଭି ବେଦାନ୍ତ ଅନ୍ତର୍ଜାତିୟ ବିଦ୍ୟାଳୟର ଅଧ୍ୟକ୍ଷ ସଦାନନ୍ଦ ହୋତାଙ୍କ ତତ୍ତ୍ୱାବଧାନରେ ଏହି ଜାତୀୟ ତୀରନ୍ଦାଜ ପ୍ରତିଯୋଗିତା ପାଇଁ କଳ୍ପିତା ଡେହେରାଡୁନ ଗସ୍ତ କରିଥିବା ବେଳେ ବେଦାନ୍ତ ଆଲୁମିନା ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ,ଡେପୁଟି ସିଇଓ ଜି.ଜି ପାଲ, ସିଏସଆର ମୁଖ୍ୟ ବିଭେଦେନ୍ଦୁ ପଣ୍ଡା, ବେଦାନ୍ତ ସିଏସଆର ଅଭିନଭ ପ୍ରତାପ, କଳ୍ପିତାଙ୍କ କୋଚ୍ ଶୀମାଞ୍ଚଳ କାଟ୍ରାକା, ଡିଏଭି ଖେଳ ଶିକ୍ଷକ ଦୁଷ୍ମନ୍ତ ମାଝୀ ସମେତ ଡିଏଭି ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ତଥା ବେଦାନ୍ତ ଲିମିଟେଡ଼ କର୍ମଚାରୀମାନେ କଳ୍ପିତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ସଫଳତା ପାଇଁ କାମନା କରିଛନ୍ତି।

Comments are closed.