www.samajalive.in
Saturday, December 6, 2025
15.1 C
Bhubaneswar

ସିବିଏସଇ ୧୦ମ, ଦ୍ବାଦଶ ପରୀକ୍ଷା ବାତିଲ, ସୁପ୍ରିମକୋର୍ଟଙ୍କୁ ଜଣାଇଲା ବୋର୍ଡ

ନୂଆଦିଲ୍ଲୀ: ଚଳିତବର୍ଷ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ୧୦ମ ଏବଂ ଦ୍ବାଦଶ ପରୀକ୍ଷା ହେବ ନାହିଁ। ପରୀକ୍ଷା ବାତିଲ କରିବାକୁ ବୋର୍ଡ ନିଷ୍ପତ୍ତି ନେଇଛି। ଏ ସମ୍ପର୍କରେ ଗୁରୁବାର ବୋର୍ଡ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି।

ସୂଚନା ଅନୁସାରେ, ଜୁଲାଇ ୧ରୁ ୧୫ ତାରିଖ ମଧ୍ୟରେ ୧୦ମ ଏବଂ ଦ୍ବାଦଶ ପରୀକ୍ଷା କରିବା ଲାଗି ସିବିଏସଇ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କିନ୍ତୁ ଅଭିଭାବକମାନେ ଏହାକୁ ବିରୋଧ କରିଥିଲେ। ଦେଶରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଥିବାରୁ ସେମାନେ ବୋର୍ଡ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ପରୀକ୍ଷା ବାତିଲ କରି ଗତ ମାର୍ଚ୍ଚରେ ହୋଇଥିବା ଇଣ୍ଟରନାଲ ପରୀକ୍ଷା ଏବଂ ପ୍ରାକ୍ଟିକାଲ ପରୀକ୍ଷା ଫଳାଫଳକୁ ଆଧାର କରି ଛାତ୍ରଛାତ୍ରୀଙ୍କୁ ନମ୍ବର ଦେବା ଲାଗି ଅଭିଭାବକମାନେ ପିଟିଶନରେ ଦର୍ଶାଇଥିଲେ। ଗତ ସପ୍ତାହରେ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ପରୀକ୍ଷା ବାତିଲ କରିବା ସମ୍ପର୍କରେ ବିଚାର କରିବାକୁ ବୋର୍ଡକୁ ପରାମର୍ଶ ଦେଇଥିଲେ। ଗୁରୁବାର ମାମଲାର ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପରୀକ୍ଷା ବାତିଲ କରିବାକୁ ବୋର୍ଡ ନିଷ୍ପତ୍ତି ନେଇଥିବା ସମ୍ପର୍କରେ ଜଣାଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories