www.samajalive.in
Sunday, December 7, 2025
16.1 C
Bhubaneswar

ରାତିକ ମଧ୍ୟରେ ବଦଳିଗଲା ସିବିଆଇ ଟିମ୍‍ ; ଅଧିକାରୀଙ୍କ କାର୍ଯ୍ୟାଳୟରେ ଲାଗିଲା ସିଲ୍‍

ନୂଆଦିଲ୍ଲୀ: ଦେଶର ସର୍ବ ବୃହତ ତଦନ୍ତକାରୀ ସଂସ୍ଥାନ ଉପରେ ଲାଗିଥିବା ଦୁର୍ନୀତିର ଛିଟାକୁ ହଟାଇବା ପାଇଁ ସରକାର ଦୃଢ ପଦକ୍ଷେପ ଗ୍ରହଣ କରିଛନ୍ତି। ସିବିଆଇ ମଧ୍ୟରେ ଚାଲିଥିବା ଅନ୍ତଦ୍ୱର୍ନ୍ଦ ଉପରେ ସମଗ୍ର ଦେଶବାସୀଙ୍କ ନଜର ରହିଛି। ସିବିଆଇର ପ୍ରଥମ ଶ୍ରେଣୀର ବରିଷ୍ଠ ଅଧିକାରୀ ଓ ଦ୍ୱିତୀୟ ଶ୍ରେଣୀର ଅଧିକାରୀଙ୍କ ମଧ୍ୟରେ ଲଢେଇ ଚାଲିଛି। ଚାଲିଥିବା ବିବାଦକୁ ଗୋଟିଏ ଧାଡ଼ିରେ ବୁଝାଇବାକୁ ହେଲେ ଏହାହିଁ କୁହାଯାଇ ପାରେ। ଏଭଳି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ମୋଦୀ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ବଡ଼ ବୈଠକ ଅନୁଷ୍ଠିତ ହେବା ପରେ କେନ୍ଦ୍ର ସରକାର ସିବିଆଇ ଅଧିକାରୀ ଆଲୋକ ବର୍ମା ଓ ରାକେଶ ଆସ୍ଥାନାଙ୍କୁ ଛୁଟିରେ ପଠାଇ ଦେଇଛନ୍ତି। କେବଳ ସେତିକି ନୁହେଁ, ଉଭୟଙ୍କୁ ଛୁଟିରେ ପଠାଇବା ପରେ ରାତାରାତି ସିବିଆଇର ଦାୟିତ୍ୱ ନାଗେଶ୍ୱର ରାଓଙ୍କୁ ହସ୍ତାନ୍ତର କରାଯାଇଛି।
ମଙ୍ଗଳବାର ବିଳମ୍ବିତ ରାତିରେ ହୋଇଥିବା ବୈଠକରେ କେନ୍ଦ୍ରୀୟ ସତର୍କତା ଆୟୁକ୍ତ(ସିଭିସି)ରେ ସିବିଆଇ ସମ୍ପର୍କିତ ବୈଠକ ହୋଇଥିଲା। ବୈଠକରେ ସିବିସିର ସମସ୍ତ ଅଧିକାରୀଙ୍କୁ ଉପସ୍ଥିତ ରହିବାକୁ ବୈଠକରେ ତାଗିଦ୍‍ କରାଯାଇ ଥିଲା। ବୈଠକରେ ସିବିଆଇରେ ଚାଲିଥିବା ଅନ୍ତଦ୍ୱର୍ନ୍ଦ ଉପରେ ଆଲୋଚନା କରା ଯାଇଥିଲା। ଅଦ୍ୟାବଧି ସିବିଆଇର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଚାଲିଥିବା ଅଭିଯୋଗ ଗୁଡ଼ିକ ତର୍ଜମା କରାଯାଇ ବୈଠକରେ ଉଭୟ ବରିଷ୍ଠ ଅଧିକାରୀଙ୍କୁ ଛୁଟିରେ ପଠାଇ ସେମାନଙ୍କ ଉପରେ ଲାଗିଥିବା କାଳିମାର ସତ୍ୟାସତ୍ୟ ଯାଞ୍ଚ କରିବାକୁ ନିଷ୍ପତ୍ତି ନିଆଯାଇ ଥିଲା। ବୈଠକ ସମ୍ପର୍କିତ ନିର୍ଣ୍ଣୟ କେନ୍ଦ୍ର ସରକାରଙ୍କୁ ପ୍ରେରଣ କରାଯାଇ ଥିଲା।
ଏହି ପ୍ରକ୍ରିୟାରେ ମଙ୍ଗଳବାର ରାତି ପ୍ରାୟ ୧ଟା ବେଳେ ଦିଲ୍ଲୀ ପୁଲିସ ସିବିଆଇ ଦପ୍ତରକୁ ସିଲ୍‍ କରିଦେଲା। ରାତି ପ୍ରାୟ ୧ଟା ୧୫ମିରେ ନାଗେଶ୍ୱର ରାଓ ସିବିଆଇ ଦପ୍ତରରେ ପହଞ୍ଚିଥିଲେ। ନାଗେଶ୍ୱର ରାଓଙ୍କ ଉପସ୍ଥିତିରେ ପୁଲିସ ୧୧ମହଲାସ୍ଥିତ ଆଲୋକ ବର୍ମା ଓ ରାକେଶ ଆସ୍ଥାନାଙ୍କ କୋଠରୀକୁ ସିଲ୍‍ କରି ଦିଆଗଲା। ୧୧ମହଲା ସିଲ ହେବା ପରେ ୧୦ମହଲାରେ ଥିବା ସମସ୍ତ କାର୍ଯ୍ୟାଳୟର ଚାବି ନାଗେଶ୍ୱର ରାଓଙ୍କୁ ହସ୍ତାନ୍ତର କରାଗଲା। ଏହା ପରେ ନାଗେଶ୍ୱର ରାଓଙ୍କୁ କାର୍ଯ୍ୟନିର୍ବାହୀ ନିର୍ଦେଶକ ଦାୟିତ୍ୱ ହସ୍ତାନ୍ତର କରାଯାଇ ଥିଲା। ମାମଲାରେ ଜଡିତ ସମସ୍ତ ପଦାଧିକାରୀଙ୍କୁ ହଟାଇ ଦେଇ ନୂଆ ଦଳ ଗଠନ କରାଗଲା। ରାକେଶ ଆସ୍ଥାନାଙ୍କ ନାମରେ ଥିବା ମାମଲାକୁ ଫାଷ୍ଟ ଟ୍ରାକ କୋର୍ଟକୁ ପ୍ରେରଣ କରାଗଲା। ବୁଧବାର ଦ୍ୱିପହରରେ ସିବିଆଇ କାର୍ଯ୍ୟାଳୟର ୧୦ ଓ ୧୧ମହଲାକୁ ପୁଣି ଥରେ ଖୋଲି ଦିଆଗଲା।
ନାଗେଶ୍ୱର ରାଓ କାର୍ଯ୍ୟଭାର ଗ୍ରହଣ କରିବା ପରେ ବୁଧବାର ସକାଳେ ଅତିରିକ୍ତ ନିର୍ଦେଶକ ଅରୁଣ ଶର୍ମା ଓ ଡିଆଇଜି ମନିଷ ସିହ୍ନାଙ୍କୁ ମଧ୍ୟ ତାଙ୍କ ପଦରୁ ହଟାଇ ଦେଇଛନ୍ତି।
୧୯୮୬ବ୍ୟାଚର ତେଲେଙ୍ଗାନା ଓ ଓଡ଼ିଶା କ୍ୟାଡର ଆଇପିଏସ ଅଧିକାରୀ ନାଗେଶ୍ୱର ରାଓଙ୍କୁ ୫ବର୍ଷ ପାଇଁ ସିବିଆଇର ଅତିରିକ୍ତ ଡାଇରେକ୍ଟର ଦାୟିତ୍ୱ ପ୍ରଦାନ କରାଯାଇ ଥିଲା। ରାଓଙ୍କୁ ଜଣେ ଶକ୍ତ ପ୍ରଶାସନ ଭାବେ ଏକାଧିକ ଥର ପୁରସ୍କୃତ କରାଯାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories