www.samajalive.in
Saturday, December 6, 2025
14.1 C
Bhubaneswar

ସିବିଆଇ ପ୍ରସଙ୍ଗରେ ସିଜେଆଇଙ୍କ ନିର୍ଦେଶ:୨ସପ୍ତାହରେ ସମ୍ପୂର୍ଣ୍ଣ ହେବ ତଦନ୍ତ:ନଭେମ୍ବର ୧୨ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ଜାଞ୍ଚ ଏଜେନ୍ସି ସିବିଆଇ ଏବେ ଦେଶର ସବୁଠାରୁ ବଡ଼ ନ୍ୟାୟାଳୟର ଦ୍ୱାରସ୍ତ ହୋଇଛି। ଛୁଟିରେ ପଠାଇ ଦିଆଯାଇ ଥିବା ସିବିଆଇ ନିର୍ଦେଶକ ଆଲୋକ ବର୍ମାଙ୍କ ଏକ ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ଦାଖଲ ଗୁହାରିକୁ ଗ୍ରହଣ କରି ସୁପ୍ରିମ କୋର୍ଟ ଆଜିର ଶୁଣାଣି କରିଛନ୍ତି।
ସିବିଆଇ ମାମଲାର ଶୁଣାଣି କରିବାକୁ ଯାଇ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ପ୍ରସଙ୍ଗରେ ସମସ୍ତ ଜାଞ୍ଚ ୨ସପ୍ତାହ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ନିର୍ଦେଶ ଦେଇଛନ୍ତି। ଏହି ଜାଞ୍ଚ ସୁପ୍ରିମ କୋର୍ଟର ଅବସରପ୍ରାପ୍ତ ବିଚାରପତି ଏ କେ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ପ୍ରଧାନ ବିଚାରପତି ତାଙ୍କ ଶୁଣାଣିରେ ଏହି ମାମଲାର ଶୁଣାଣି ଆଇନ ସମ୍ପତ କି ନାହିଁ ପ୍ରଥମେ ଏହାର ତର୍ଜମା କରିବାକୁ ଅବସରପ୍ରାପ୍ତ ବିଚାରପତି ଏ କେ ପଟ୍ଟନାୟକଙ୍କ ଦ୍ୱାରା କରାଯିବା ସହ ପରବର୍ତ୍ତୀ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରାଯିବ। ଏପରିକି ଉଭୟ ସିବିଆଇ ନିର୍ଦେଶକଙ୍କ ବିରୋଧରେ ଉଠିଥିବା ଅଭିଯୋଗର ସତ୍ୟାସତ୍ୟ ମଧ୍ୟ ଜାଞ୍ଚ କରିବେ ସୁପ୍ରିମ କୋର୍ଟର ଅବସରପ୍ରାପ୍ତ ବିଚାରପତି। ସେହିପରି କାର୍ଯ୍ୟକାରୀ ନିର୍ଦେଶକ ନାଗେଶ୍ୱର ରାଓଙ୍କ ନିଯୁକ୍ତି ପ୍ରକ୍ରିୟା ଉପରେ ନିଷ୍ପତ୍ତି ନେଇ ସୁପ୍ରିମ କୋର୍ଟ ତାଙ୍କୁ କେବଳ ଦୌନନ୍ଦିନ ହେଉଥିବା ନିଷ୍ପତ୍ତି ନେବାର ଅଧିକାର ଦେଇଛନ୍ତି। ଏପରିକି ନାଗେଶ୍ୱର ରାଓ ବିଗତ ୩ଦିନ ମଧ୍ୟରେ ଯେଉଁ ସବୁ ନିଷ୍ପତ୍ତି ନେଇଛନ୍ତି ତାହା ମଧ୍ୟ କୋର୍ଟରେ ଗୋପନୀୟ ଭାବେ ଦାଖଲ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି। କୌଣସି ନୀତିଗତ ନିଷ୍ପତ୍ତି ନାଗେଶ୍ୱର ରାଓ ନେଇ ପାରିବେ ନାହିଁ ବୋଲି ସୁପ୍ରିମ କୋର୍ଟ ନିର୍ଦେଶ ଦେଇଛନ୍ତି।
ଆଟୋନି ଜେନେରାଲ କେକେ ବେନୁଗୋପାଳ ଓ ସଲିସୁଟର ଜେନେରାଲ ତୁଷାର ମେହେତା ଏହି ମାମଲାରେ ୩ସପ୍ତାହ ସମୟ ପ୍ରଦାନ କରିବାକୁ ଦାବି କରିଥିଲେ। ଅପରପକ୍ଷରେ ରାକେଶ ଆସ୍ଥାନାଙ୍କ ପକ୍ଷରୁ ମଧ୍ୟ ତାଙ୍କ ଗୁହାରୀ ଏହି ମାମଲା ସହ ଶୁଣାଣି କରିବାକୁ ସିଜେଆଇଙ୍କ ସମ୍ମୁଖରେ ଗୁହାରି କରାଯାଇ ଥିଲା। ତେବେ କୋର୍ଟ ତାଙ୍କ ପୃଥକ ଆବେଦନ କରିବାକୁ ନିର୍ଦେଶ ଦେଇଛନ୍ତି।
ସିବିଆଇ ସମ୍ପର୍କିତ ସମସ୍ତ ମାମଲା ସିଜେଆଇ ରଞ୍ଜନ ଗୋଗୋଇ, ଜଷ୍ଟିସ ଏ କେ କୋଲ ଏବଂ ଏମ ଜୋସେଫଙ୍କ ଖଣ୍ଡପିଠରେ ଶୁଣାଣି ହେବ ବୋଲି ସୁପ୍ରିମ କୋର୍ଟ ସ୍ପଷ୍ଟ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories