www.samajalive.in
Monday, December 15, 2025
27.1 C
Bhubaneswar

ପ୍ରାଣୀ ସଂପଦ ବିଭାଗର ଅଜବ ନୀତି…. ନୂଆଁଖାଇ ପାଳନ ପାଇଁ ଛାଡିଲେନି, ଛୁଟି ଦିନରେ ବାଣ୍ଟିଲେ ଗୋ-ଖାଦ୍ୟ

ହରଭଙ୍ଗା : ମହାନ୍ ଗଣପର୍ବ ନୂଆଁଖାଇକୁ ପଶ୍ଚିମ ଓଡିଶାବାସୀ ପରିବାର ସହ ଧୁମଧାମରେ ପାଳନ କରନ୍ତି । ଏଥିପାଇଁ ସରକାରୀ ଛୁଟି ମଧ୍ୟ ଘୋଷଣା ହୋଇଛି।ମାତ୍ର ପ୍ରାଣୀ ଚିକିତ୍ସା ବିଭାଗର ଅଜବନୀତି ଯୋଗୁଁ ଏଭଳି ମହାନ ପର୍ବର  ଛୁଟିଦିନରେ ସରକାରୀ କର୍ମଚାରୀ ଗାଁ ଗାଁ ବୁଲି ଗୋ-ଖାଦ୍ୟ, ଛେଳି ଖାଦ୍ୟ ବଣ୍ଟନ ଭଳି କାର୍ଯ୍ୟରେ ନିୟୋଜିତଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ପ୍ରାଣୀ ଚିକିତ୍ସା ବିଭାଗ ତଳିଆ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପ୍ରକାଶ ଯେ ବନ୍ୟା ପାଇଁ ଗତ ଅଗଷ୍ଟ ୧୮ରେ ଗାଈ ଏବଂ ଛେଳି ଭଳି ଛୋଟ ଏବଂ ବଡ ପ୍ରାଣୀଙ୍କ ପାଇଁ ଦାନା ଯୋଗାଇ ଦିଆଯାଇଥିଲା । ଏହାକୁ ବନ୍ୟାପ୍ରଭାବିତ ଅଞ୍ଚଳରେ ୩୦ ଅଗଷ୍ଟ ସୁଦ୍ଧା ବଣ୍ଟନ ଶେଷ ପାଇଁ ନିର୍ଦ୍ଦେଶ ରହିଥିଲା। ମାତ୍ର ହରଭଙ୍ଗା ବ୍ଲକର ବନ୍ୟାପ୍ଲାବିତ ଅଞ୍ଚଳରେ ଧାର୍ଯ୍ୟ ସମୟରେ ଗାଈ ଏବଂ ଛେଳିଦାନା ବଣ୍ଟନ ସରିନଥିବା ଜଣାପଡିଛି ।

ତେଣୁ ନୂଆଁଖାଇ ଭଳି ସରକାରୀ ଛୁଟି ଦିନରେ ଶଙ୍କୁଲେଇ ପଞ୍ଚାୟତର ବୁଲୁରା ଗ୍ରାମରେ ଦାନା ବଣ୍ଟନ କାହା ନିର୍ଦ୍ଦେଶରେ ଚାଲିଛି ତାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହା ଉପରେ ତଦନ୍ତ କରାଯିବାର ମଧ୍ୟ ଆବାଶ୍ୟକତା ରହିଛି । ଏ ସର୍ମ୍ପକରେ ବୌଦ୍ଧ ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଦୀପ କୁମାର ରଥଙ୍କୁ ପଚାରିବାରୁ ସେ କହିଲେ ବଳକା ଦାନା ବଣ୍ଟନ ହେଉଥିବ ବୋଲି ଅତି ହାଲକା ଭାବେ ଉତ୍ତର ଦେଇଥିଲେ। ପଶ୍ଚିମ ଓଡିଶାରେ ଅର୍ନ୍ତଭୁକ୍ତ ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକରେ ନୂଆଁଖାଇ ଛୁଟିରେ ଦାନା ବଣ୍ଟନକୁ ବୁଦ୍ଧିଜୀବି ମହଲରେ ନାପସନ୍ଦ କରାଯାଇଛି ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories