ଭୁବନେଶ୍ୱର :ଚଳିତ ବର୍ଷ ଶ୍ରୀକ୍ଷେତ୍ର, ପୁରୀଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭିଡ଼ିଓ କନ୍ଫରେନ୍ସ ଜରିଆରେ ଏକ ଉଚ୍ଚସ୍ତରୀୟ ବୈଠକରେ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ମୁଖ୍ୟ ଶାସନ ସଚିବ ଅସିତ ତି୍ରପାଠୀ, ପୁଲିସ୍ ମହାନିର୍ଦ୍ଦେଶକ ଅଭୟ, ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ଏବଂ ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ଏବଂ ପୁଲିସ୍ ମହାନିର୍ଦ୍ଦେଶକ ପୁରୀ ଗସ୍ତ କରି ପରିସ୍ଥିତିର ସମୀକ୍ଷା କରୁଛନ୍ତି। ଶୃଙ୍ଖଳିତ ରଥଯାତ୍ରାର ଆୟୋଜନ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ତଥା ପୌର କର୍ତ୍ତୃପକ୍ଷଙ୍କ ଦ୍ୱାରା ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। କୋଭିଡ୍-୧୯ ନିୟମାବଳୀର ଅନୁପାଳନ କରି ପୁରୀଠାରେ ରଥଯାତ୍ରା ଆୟୋଜନ ନିମନ୍ତେ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି ଚାଲିଛି। ରଥଯାତ୍ରାର ସିଧା ପ୍ରସାରଣ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଭକ୍ତମାନେ ଘରେ ରହି ତିନିଠାକୁରଙ୍କ ରଥଯାତ୍ରାର ସିଧା ପ୍ରସାରଣ ଦେଖିପାରିବେ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ରଥଯାତ୍ରାର ସିଧା ପ୍ରସାରଣ ପାଇଁ ପୁରୀ ଜିଲା ପ୍ରଶାସନ ତରଫରୁ ପ୍ରସ୍ତୁତି, ଭକ୍ତମାନେ ଘରେ ରହି ଦେଖିପାରିବେ ତିନିଠାକୁରଙ୍କ ଘୋଷଯାତ୍ରା
Popular Categories



