www.samajalive.in
Friday, December 12, 2025
26.1 C
Bhubaneswar

ସଡ଼କ ଦୁର୍ଘଟଣାରେ ଜଳିଗଲା କାର୍‌ ଓ ବାଇକ୍‌

ଜଗତସିଂହପୁର: ସଡ଼କ ଦୁର୍ଘଟଣାରେ କାର୍‌ ଓ ବାଇକ୍‌ ଜଳିଯାଇଥିବାବେଳେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ରଘୁନାଥପୁର ନିକଟରେ କାର୍‌ ଓ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିବାବେଳେ କାର୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଛି।

ଆଜି ଜଗତସିଂହପୁର ଜିଲାର ରଘୁନାଥପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥବାର ସୂଚନା ମିଳିଛି। କଟକ-ପାରାଦ୍ବୀପ ରାଜ୍ୟ ରାଜପଥର ରଘୁନାଥପୁର ବଜାର ନିକଟରେ ଏକ କାର୍ ଓ ବାଇକ୍ ମୁଁହାମୁହିଁ ଧକ୍କା ହୋଇଥିଲା। ଆଜି ଦିନ ପ୍ରାୟ ୨.୩୦ରୁ ରଘୁନାଥପୁରରୁ ପାରାଦ୍ବୀପ ଅଭିମୁଖେ ଯାଉଥିବା ଏକ କାର୍‌ ଓ ବାଇକ୍ ମଧ୍ୟରେ ମୁହଁାମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ବାଇକ୍‌ ଆରୋହୀଙ୍କୁ ୨୦ଫୁଟ ପର୍ଯ୍ୟନ୍ତ କାର୍‌ଟି ଘୋଷାଡ଼ି ନେଇଥିଲା। ଫଳରେ ବାଇକ୍‌ ଆରୋହୀ ଜଣକ ଗୁରୁତର ଆହତ ହୋଇଥିଲେ। ଅପରପକ୍ଷରେ ଦୁର୍ଘଟଣା ପରେ ଉଭୟ କାର ଓ ବାଇକ୍‌ ଦୁଇଟିରେ ନିଅଁା ଲାଗି ଯାଇଥିଲା ଏବଂ କାର୍‌ଟି ଜଳିଯାଇଥିଲା। ସ୍ଥାନୀୟ ଲୋକେ ଗୁରୁତର ଆହତ ଯୁବକଙ୍କୁ ଚିକିତ୍ସା ପାଇଁ ଜଗତସିଂହପୁର ମେଡ଼ିକାଲ୍‌ରେ ଭର୍ତ୍ତି କରିଥିବାବେଳେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ଦୁର୍ଘଟଣା ଘଟିବା ପରେ କାର୍‌ ଚାଳକ ଜଣକ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି। କାର୍‌ ଭିତରେ ଜଣେ ପୁରୁଷ ଓ ମହିଳା ଥିଲେ। ଦୁର୍ଘଟଣାଗ୍ରସ୍ତ ସ୍ଥାନରେ ଭିଡ଼ ଜମିଯିବାରୁ ଏହାର ସୁଯୋଗ ନେଇ ସେମାନେ ମଧ୍ୟ ସେଠାରୁ ଖସି ପଳାଇଥିବା ଜଣାପଡ଼ିଛି। ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ରାସ୍ତା ଉପରେ ଜଳୁଥିବା କାର୍‌ ନିଆଁକୁ ନିୟନ୍ତ୍ରଣ କରିଥିଲେ। କାର୍‌ଟି ପ୍ରାୟ ୭୦ ପ୍ରତିଶତ ଜଳି ଯାଇଛି, ତେଣୁ କାର୍‌ ନମ୍ବର ଜଣାପଡ଼ିନଥିବା ସୂଚନା ମିଳିଛି।

- Advertisement -

ରଘୁନାଥପୁର ବଜାର ନିକଟରେ କାର୍‌ ଓ ବାଇକ୍‌ ଦୁର୍ଘଟଣା ଯୋଗୁ କିଛି ସମୟ ରାସ୍ତାରେ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଭିଡ଼ ନିୟନ୍ତ୍ରଣ କରିବା ସହ ଯାନବାହନ ଚଳାଚଳ ବ୍ୟବସ୍ଥାକୁ ସ୍ବାଭାବିକ କରିଥିଲା।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories