www.samajalive.in
Friday, December 12, 2025
27.1 C
Bhubaneswar

କ୍ରସର ଏନଓସିକୁ ନେଇ ସନ୍ଦେହ, ଗ୍ରାମବାସୀଙ୍କ ଅଭିଯୋଗକୁ ଗୁରୁତ୍ୱ ନାହିଁ

 

ଗଡ଼ମଧୁପୁର :  ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧିନରେ ଗତ ମଙ୍ଗଳବାର ଠାରୁ ବେଆଇନ କ୍ରସର ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଏହି ତହସିଲ ଅଧିନରେ ୨୭୫ ବେଆଇନ କ୍ରସର ରହିଥିବା ଚିହ୍ନଟ କଲା ପରେ ଏହି କାର୍ଯ୍ୟାନୁଷ୍ଠାନ ହାତକୁ ନିଆଯାଇଛି। ଏଥି ମଧ୍ୟରୁ ଅନେକ କ୍ରସରକୁ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ସିଲ କରାଯିବା ସହିତ ଏକାଧିକ କ୍ରସରକୁ ଭାଙ୍ଗି ଦିଆଯାଇଛି। ଏହି ଉଚ୍ଛେଦ ପ୍ରକ୍ରିୟାକୁ ନେଇ ଅନେକ କ୍ରସର ମାଲିକ ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ଆଙ୍ଗୁଳି ଉଠାଇଛନ୍ତି। ଏହାରି ଭିତରେ କେତେଗୁଡିଏ ଏନଓସି ପାଇଥିବା କ୍ରସରର ଏନଓସିରେ ଚଞ୍ଚକତା କାରାଯାଇଥିବା ଲୋକ ଲୋଚନକୁ ଅସିଛି। ଯେଉଁ ସମାନ କାରଣ ପାଇଁ ଚାଲୁଥିବା କ୍ରସର ଗୁଡିକ ଏନଓସି ନପାଇ ସିଲ ହୋଇଛି ଠିକ ସେହିପରି ସମାନ ସମସ୍ୟା ଥାଇ କିଛି କ୍ରସର କିପରି ଏନଓସି ପାଇଛନ୍ତି ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।

- Advertisement -

ରଣସିଂହ ବାଟି ମୌଜାରେ ଥିବା ଚିତ୍ରା କ୍ରସରର ବୈଧତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ସୁଚନା ଅନୁଯାଇ ମହିଶରା ପଞ୍ଚାୟତ ଅଧିନରେ ଥବା ରଣସିଂ, ବାଟି ମୌଜାରେ ୨୦୧୦ ମସିହାରୁ ଚାଲିଛି ଚିତ୍ରା ବିଲ୍ଡର୍ସ ପ୍ରାଇଭେଟ ଲିମିଟେଡର ଏକ କ୍ରସର ୟୁନିଟ। ଯାହାକି ରାଖି ସାହାଙ୍କ ନାମରେ ଥବା ଉକ୍ତ ମୌଜାରେ ଥିବା ଜମି ଉପରେ ସ୍ଥାପିତ ହୋଇଛି। ଏହି କ୍ରସରର ଏବେ ଦୁଇଜଣ ମାଲିକଙ୍କ ହାତରୁ ଯାଇ ତୃତୀୟ ମାଲିକଙ୍କ ଦ୍ୱାରା ପରିଚାଳିତ ହେଉଥିବା ସୂଚନା ମିଳିଛି। ତେବେ ଏହି କ୍ରସର ପାଇଁ ଜମି କିଣିବାରେ ପ୍ରାରମ୍ଭରୁ ଚଞ୍ଚକତା କରାଯାଇ କବଲା କରାଯାଇଥିବା ବେଳେ କେତୋଟି ପ୍ଲଟକୁ ପତିତ କିସମ ଦର୍ଶାଇ ବିକ୍ରେତାଙ୍କ ଠାରୁ ସରକାରୀ ଜମି ହଡପ କରାଯାଇଛି। ଜମି ଗୁଡିକୁ କିସମ ପରିବର୍ତ୍ତନ କରିବା ସମୟରେ ମଧ୍ୟ ଜାଲିଆତି କରାଯାଇ ଅନେକ ଗୁଡିଏ ପ୍ଲଟକୁ ରାସ୍ତା ସଂଯୋଗ ନଥାଇ ଘରବାରୀ କରାଯାଇଛି। ସେହିପରି ଏହି କ୍ରସର ପଞ୍ଚାୟତରୁ ଏନଓସି ନେବା ସମୟରେ ସ୍ଥାନୀୟ ନିଯୁକ୍ତି ଓ ଜମି ହରା ଲୋକମାନଙ୍କୁ ନିଯୁକ୍ତି ଦେବା ପାଇଁ ଦେଇଥିବା ପ୍ରତିଶୃତି ପ୍ରତିଶୃତିରେ ରହିଛି। ଏହି କ୍ରସରଟିର ଅଖ ପାଖରେ କୌଣସି ସ୍ଥାନରେ କ୍ରସରର ପରିଚୟ ପାଇଁ କୌଣସି ସୂଚନା ଫଳକ ଲଗାଯାଇ ନାହିଁ। ଯଦ୍ୱାରା  କ୍ରସର ସମ୍ୱନ୍ଧରେ କିଛି ଜାଣିବା କାଠିକର ହୋଇପଡ଼ିଛି। ଆଇନ ସମସ୍ତଙ୍କ ପାଇଁ ସମାନ ହୋଇଥିବା ସ୍ଥଳେ ଏହି ଭଳି କିଛି ବଡ଼ ବଡ଼ କ୍ରସରର ମାଲିକ ଅନୈତିକ ଅର୍ଥ କରାବାର କରି ଏନଓସି ହାତେଇବାରେ ସଫଳ ହୋଇଥିବା ଓ ଏହାକୁ ପ୍ରତ୍ୟାହାର ଦାବି କରି ଗତ ୨୦୧୦ ମସିହାରୁ ଲୋକେ ଦାବି କରି ଆସୁଥିଲେ ମଧ୍ୟ ପ୍ରଶାସନ ଏହା ଉପରେ କୌଣସି କର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଡଙ୍କାରୀ ଶିବ ମନ୍ଦୀର ପ୍ରଙ୍ଗଣରେ ଏହି ମେଗା କ୍ରସର ଆରଡି ରାସ୍ତା ପାର୍ଶ୍ବରେ ଚାଲୁଥିବାରୁ ପ୍ରତ୍ୟହ ଏଠାରେ ଧୁଳି ଧୂଆଁରେ ଆକ୍ତା ମାକ୍ତା ହେଉଛନ୍ତି ଶହ ଶହ ସ୍ଥାନୀୟ କଲେଜ ଯାଉଥିବା ଛାତ୍ରଛାତ୍ରୀ ଓ ସ୍ଥନୀୟ ଲୋକେ। ତେବେ କମ୍ପାନୀ କର୍ତ୍ତୃପକ୍ଷ କଳେ ବଳେ କୌଶଳେ ନିଜର କ୍ରସରକୁ ସୁରକ୍ଷିତ ରଖିବାରେ ସମକ୍ଷ ହୋଇଛନ୍ତି। କ୍ରସର ଚିହ୍ନଟ କରିବାକୁ ହେଲେ ସ୍ଥାନୀୟ ରାଜସ୍ୱ ନିରିକ୍ଷକଙ୍କ ସହାୟତା ନିତ୍ୟାନ୍ତ ଆବଶ୍ୟକ। କାରଣ ଏଠାରେ ଏହି କ୍ରସରଟି ଚାଲିଛି ବୋଲି କୌଣସି ସୂଚନା କୌଣସି ଠାରେ ନାହିଁ। କ୍ରସରଟି ଯେଉଁ ନାମରେ ପରିଚିତ ପ୍ରକୃତ ପକ୍ଷେ ସେହି ନାମରେ ନଥିବା ସୁଣିବାକୁ ମିଳୁଛି। ଜିଲାପାଳ ଏହା ଉପରେ ପ୍ରତ୍ୟକ୍ଷ ଭାବରେ ତଦନ୍ତ କଲେ ଅନେକ କିଛି କଥା ଲୋକଲୋଚନକୁ ଆସି ପାରିବ ବୋଲି ସ୍ଥାନୀୟ ଲୋକେ ଦାବି କରୁଛନ୍ତି। ତେବେ ଏ ସମ୍ବନ୍ଧରେ କ୍ରସର ମାଲିକଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଠା କରି କ୍ରସରର କଣ୍ଟାରେ ନିଯୁକ୍ତ ରହି ପରିଚାଳନା କରୁଥିବା ଜନୈକ କର୍ମଚାରୀଙ୍କ ଠାରୁ କ୍ରସର ସମ୍ବନ୍ଧରେ ଜାଣିବାକୁ ଚାହିଁଥିଲେ ହେଁ ସେ ମାଲିକଙ୍କ ମୋବାଇଲ ନଂ ଦେଇନଥିଲେ କି ନିଜେ କିଛି କହି ନଥଲେ।

Hot this week

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

Related Articles

Popular Categories