www.samajalive.in
Sunday, December 14, 2025
19.1 C
Bhubaneswar

ଚଳିତ ମାସରେ କାନାଡ଼ା ପାଳୁଛି ହିନ୍ଦୁ ଐତିହ୍ୟ ମାସ

ଡେସ୍କ: କାନାଡ଼ା ପ୍ରଥମ ଥର ପାଇଁ ସରକାରୀ ଭାବେ ଚଳିତ ନଭେମ୍ବର ମାସ ତମାମ ରାଷ୍ଟ୍ରୀୟ ହିନ୍ଦୁ ଐତିହ୍ୟ ମାସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛି। ବହୁ-ସାଂସ୍କୃତିକ ଦେଶର ଅଭିବୃଦ୍ଧି କାହାଣୀରେ ହିନ୍ଦୁ ସମ୍ପ୍ରଦାୟର ଉଲ୍ଲେଖନୀୟ ଅବଦାନକୁ ସ୍ୱୀକାର କରି କାନାଡ଼ା ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଚଳିତ ବର୍ଷ ମେ ମାସରେ ଶାସକ ଲିବେରାଲ ପାର୍ଟି ସାଂସଦ ଚନ୍ଦ୍ର ଆର୍ଯ୍ୟ ଏ ସଂକ୍ରାନ୍ତୀୟ ପ୍ରସ୍ତାବ ଆଗତ କରିଥିଲେ ଓ ପରେ ସେପ୍ଟେମ୍ବର ୨୯ରେ ହାଉସ ଅଫ କମନ୍ସରେ ଏହା ସର୍ବସମ୍ମତି କ୍ରମେ ମଞ୍ଜୁରୀ ଲାଭ କରିଥିଲା।


ଏ ନେଇ ସାଂସଦ ଚନ୍ଦ୍ର ଆର୍ଯ୍ୟ ଟ୍ୱିଟ କରିଛନ୍ତି, ମୁଁ ପାର୍ଲାମେଣ୍ଟ ହିଲରେ ହିନ୍ଦୁ ପବିତ୍ର ପ୍ରତୀକ ଓମ୍ ପତାକା ଉତ୍ତୋଳନ କରି କାନାଡାରେ ଜାତୀୟ ହିନ୍ଦୁ ଐତିହ୍ୟ ମାସର ଆରମ୍ଭ କଲି। ଏହି ଐତିହ୍ୟ ମାସ ପ୍ରାୟ ୮ ଲକ୍ଷ ୩୦ ହଜାର ହିନ୍ଦୁ-କାନାଡ଼ା ଅଧିବାସୀଙ୍କ ଅବଦାନ ତଥା ମାନବଜାତିର ବିକାଶରେ ହିନ୍ଦୁ ଐତିହ୍ୟର ଅବଦାନକୁ ମାନେ ପକାଇବା ପାଇଁ ସୁଯୋଗ ଦେବ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories