www.samajalive.in
Saturday, December 6, 2025
16.1 C
Bhubaneswar

ଲୁଣ ଦାନା ମାପର କ୍ୟାମେରା

ୱାଶିଂଟନ: ଆମେ ଯେତେ କ୍ୟାମେରା ଦେଖୁଛୁ ତାହା ବଡରୁ ନେଇ ଛୋଟ ପର୍ଯ୍ୟନ୍ତ ରହିଛି । କିନ୍ତୁ ଏକ ଲୁଣ ଦାନା ଆକାରର କ୍ୟାମେରା ବି ପ୍ରସ୍ତୁତ କରାଯାଇପାରେ, ତାହା ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି । ଏହାକୁ ସାକାର କରି ଦେଖାଇଛନ୍ତି ପ୍ରିନ୍ସଟନ ୟୁନିଭରସିଟି ଏବଂ ୟୁନିଭରସିଟି ଅଫ ୱାଶିଂଟନର ଗବେଷକମାନେ । ସେମାନେ ଏହିଭଳି ଏକ ଅତି କ୍ଷୁଦ୍ର ବା ମାଇକ୍ରୋ କ୍ୟାମେରା ତିଆରି କରିବାରେ ସଫଳ ହୋଇଛନ୍ତି । ଏହାକୁ ନିଜ ଆଙ୍ଗୁଠି ଟିପ ଅଗରେ ରଖି ନିରେଖି ଦେଖିଲେ ଯାଇ ଜଣାପଡିବ । ଏତେ ଛୋଟ ହୋଇଥିଲେ ମଧ୍ୟ ଏହା ପାଖରେ ଥିବା ଯେକୌଣସି ବସ୍ତୁ ବା ପ୍ରାଣୀର ସଠିକ ଫଟୋ ଚିତ୍ର ଉତ୍ତୋଳନ କରିବାକୁ ସମର୍ଥ । ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ପୂର୍ବରୁ ଛୋଟ କ୍ୟାମେରା ମଧ୍ୟ ପ୍ରସ୍ତୁତ କରାଯାଇଛି, କିନ୍ତୁ ସେଥିରେ ଉତ୍ତୋଳନ କରାଯାଉଥିବା ଫଟୋ ସେଭଳି ସ୍ପଷ୍ଟ ଦେଖାଯାଉନଥିଲା । ଅନେକ ସମୟରେ ସେଗୁଡିକ ଝାପସା ହୋଇଯାଉଥିଲା । ଏହି କ୍ୟାମେରା କିନ୍ତୁ ଅତି ସ୍ପଷ୍ଟ ଚିତ୍ର ଉତ୍ତୋଳନ କରିବାରେ ସମର୍ଥ । ଏହାକୁ ଚିକିତ୍ସା କ୍ଷେତ୍ରରେ ଉପଯୋଗ କରାଯାଇପାରିବ ବୋଲି ପ୍ରିନ୍ସଟନ ୟୁନିଭରସିଟି ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି । ଏଥିରେ ଯେଉଁ ପ୍ରଯୁକ୍ତି ବ୍ୟବହାର କରାଯାଇଛି, ତାହାର ନାମ ହେଉଛି ମେଟାସର୍ଫେସ । ଏହା ମାତ୍ର ଅଧ ମିଲିମିଟର ଚଉଡା ଏବଂ ସେଥିରେ ୧.୬ ନିୟୁତ ସିଲିଣ୍ଡ୍ରିକାଲ ପୋଷ୍ଟ ଖଚିତ ହୋଇଛି । ଏଭଳି ଏକ କ୍ୟାମେରାର ଡିଜାଇନ ପ୍ରସ୍ତୁତ କରିବା ଚାଲେଞ୍ଜପୂର୍ଣ୍ଣ ଥିଲା, କିନ୍ତୁ ଗବେଷକମାନେ ସେଥିରେ ସଫଳ ହୋଇଥିବା ପ୍ରିନ୍ସଟନ ୟୁନିଭରସିଟିର କଂପ୍ୟୁଟର ବିଜ୍ଞାନ ପିଏଚଡି ଛାତ୍ର ଏଥାନ ସେଙ୍ଗ୍‍ କହିଛନ୍ତି ।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories