କେଲିସ୍ଥେନିକ୍ସ ପ୍ରତିଯୋଗିତା ଆୟୋଜିତ

ସମ୍ବଲପୁର  : ଓଡିଶାର ପ୍ରଥମ କେଲିସ୍ଥେନିକ୍ସ ପ୍ରତିଯୋଗିତା ସମ୍ବଲପୁର ଠାରେ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ବଡବଜାର ଠାରେ ଲିଫ୍ଟବୀର ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଲିଫ୍ଟବୀର ୱେଟେଟ କେଲିସ୍ଥେନିକ୍ସ ଚାମ୍ପିୟନସିପରେ ୨ଟି ବର୍ଗ ଯଥା ଷ୍ଟ୍ରିଟ ଲିଫ୍ଟିଙ୍ଗ ଓ ପୁଲଗଡ ବର୍ଗରେ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାର ଷ୍ଟ୍ରିଟ ଲିଫ୍ଟିଙ୍ଗ ବର୍ଗରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଛାତ୍ର ପ୍ରଥମ ଶର୍ମା ଚଳିତ ବର୍ଷର ଚାମ୍ପିୟନ ହୋଇଥିବା ବେଳେ ନଗଦ ୫ ହଜାର ଟଙ୍କାର ପୁରସ୍କାର ରାଶି ଜିଣିଛନ୍ତି । ସେହିଭଳି ଏହି ଦ୍ୱିତୀୟ ରେବେଲ ପଲ ଓ ତୃତୀୟ ଆଦିତ୍ୟ କୁନ୍ନାର ହୋଇଛନ୍ତି । ସର୍ବାଧିଖ ବଡିୱେଟ ପୁଲଅପସ ପ୍ରତିଯୋଗିତାରେ ପ୍ରଥମ ଶର୍ମା ପ୍ରଥମ, ନିଗମ ପୂଜାରୀ ଦ୍ୱିତୀୟ ଓ ରାକେଶ ମହତୋ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଓଡିଶାରେ ପ୍ରଥମ ଥର ପାଇଁ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିବା ବେଳେ ଆଗାମୀ ଦିନରେ ଆହୁରୀ କାର୍ଯ୍ୟକ୍ରମ ଆୟୋଜିତ କରାଯିବ ବୋଲି ଲିଫ୍ଟବୀର ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଏହି କ୍ରୀଡାରେ ଖେଳାଳି ମାନେ ନିଜର ଅଣ୍ଟାରେ ଏକ ସ୍ୱତନ୍ତ୍ର ବେଲଟ ବାନ୍ଧି ଭାର ଉତ୍ତୋଳନ କରିଥାନ୍ତି। ଏହି ଚାମ୍ପିୟନସିପକୁ ଆୟୋଜନ ଓ ପରିଚାଳନାରେ ଚିନ୍ମୟ ସରାଫ, ପ୍ରଦୀପ ଜେନା, ପ୍ରିୟାଂଶୁ ମେହେର, ନିଗମ ପୂଜାରୀ, ନିତେଶ ପାଣିଗ୍ରାହୀ, ପ୍ରିୟାଂଶୁ ଜେନା ଙ୍କ ସମେତ ଅନୁଷ୍ଠାନର ସଦସ୍ୟ ମାନେ ସକ୍ରିୟ ସହାୟତା କରିଥିଲେ।

Comments are closed.