www.samajalive.in
Friday, December 5, 2025
20.1 C
Bhubaneswar

କାଲିଫୋର୍ଣ୍ଣିଆ ଜଙ୍ଗଲ ନିଆଁରେ ୬୩ ମୃତ, ପାରାଡାଇଜ ସହର ଧ୍ୱଂସ

ୱାଶିଂଟନ : ଆମେରିକାର କାଲିଫୋର୍ଣ୍ଣିଆ ଜଙ୍ଗଲରେ ଲାଗିଥିବା ନିଅାଁରେ ପୋଡ଼ି ହୋଇ ଶୁକ୍ରବାର ସୁଦ୍ଧା ଅନ୍ୟୁନ୍‍ ୬୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୨ ହଜାରରୁ ଊର୍ଦ୍ଧ୍ବ ଘର ଜଳି ପାଉଁଶ ହୋଇଯାଇଛି। ସପ୍ତାହେ ହେବ ଜଙ୍ଗଲଟି ହୁତୁହୁତୁ ହୋଇ ଜଳୁଛି। ବିଭାଗୀୟ ଅଧିକାରୀଙ୍କ ସୂଚନା ଅନୁସାରେ ୬୩୧ ଜଣ ନିଖୋଜ ଅଛନ୍ତି। ଅଗ୍ନିକାଣ୍ଡରେ କାଲିଫୋର୍ଣ୍ଣିଆର ପାରାଡାଇଜ୍‍ ସହର ସମ୍ପୂର୍ଣ୍ଣ ରୂପେ ଛାରଖାର ହୋଇଯାଇଛି।
ଜଙ୍ଗଲ ନିଅାଁକୁ ଲିଭାଇବା ପାଇଁ ୯୪୦୦ ଦମକଳ ମୁତୟନ କରାଯାଇଛି। ପ୍ରବଳ ବେଗରେ ପବନ ବହିବା ଯୋଗୁଁ ମୁହୂର୍ତ୍ତକ ମଧ୍ୟରେ ନିଅାଁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବ୍ୟାପିଯାଉଛି ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ଫୋରେନ୍ସିକ୍‍ ଦଳ, ବିପର୍ଯ୍ୟୟ ପ୍ରଶମନ ଦଳ, ସେନା ଏବଂ ସନ୍ଧାନୀ କୁକୁରଙ୍କ ସହାୟତା ନିଆଯାଉଛି।
ନଭେମ୍ବର ୮ରେ ଜଙ୍ଗଲରେ ନିଅାଁ ଲାଗିଥିଲା। ଖବର ମିଳିବା ପରେ ନିଅାଁ ଲିଭାଇବା କାର୍ଯ୍ୟରେ ଅଗ୍ନିଶମ ବାହିନୀକୁ ମୁତୟନ କରାଯାଇଥିଲା। ଏପର୍ଯ୍ୟନ୍ତ ମାତ୍ର ୪୦% ଅଞ୍ଚଳରେ ନିଅାଁ ଲିଭାଯାଇ ପାରିଛି। ଅଗ୍ନିକାଣ୍ଡରେ ପ୍ରାୟ ୧,୪୫,୦୦୦ ଏକର ଜଙ୍ଗଲ ଜଳିଯାଇଛି। ଅଗ୍ନିକାଣ୍ଡର ସଠିକ୍‍ କାରଣ ଜଣାପଡ଼ିନାହିଁ। କେତେକ ଲୋକ ଅଗ୍ନିକାଣ୍ଡ ପାଇଁ କାଲିଫୋର୍ଣ୍ଣିଆର ପାସିଫିକ୍‍ ଗ୍ୟାସ ଏବଂ ଇଲେକ୍ଟ୍ରିକ୍‍ କମ୍ପାନୀଙ୍କୁ ଦାୟୀ କରିବା ସହ ମାମଲା ଦାୟର କରିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories