www.samajalive.in
Friday, December 5, 2025
20.1 C
Bhubaneswar

ପୁଣି ତେଜିଲା ବାଲିଯାତ୍ରା ବିବାଦ

କଟକ: ଐତିହାସିକ ବାଲିଯାତ୍ରା ଆଉ ମାତ୍ର ସପ୍ତାହେ ବାକି ରହିଥିବା ବେଳେ ପ୍ଲଟ ଆବଣ୍ଟନକୁ ନେଇ ବିବାଦ ଦିନକୁ ଦିନ ତେଜିବାରେ ଲାଗିଛି । ଶୁକ୍ରବାର ପୁଣି ଥରେ ପ୍ଲଟ ଆବଣ୍ଟନକୁ ଅଧାରୁ ବର୍ଜନ କରିଛନ୍ତି ବ୍ୟବସାୟୀ ସଂଘ । ପ୍ରଶାସନ ଆବଣ୍ଟନ ନିୟମକୁ ବାରମ୍ବାର ବଦଳାଉ ଥିବାରୁ ବ୍ୟବସାୟୀ ସଂଘ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ଏହ ସହ ପ୍ଲଟ ପାଇଥିବା ବ୍ୟବସାୟୀଙ୍କୁ ପ୍ଲଟ ଫେରାଇ ଦେବାକୁ ସଂଘ ପକ୍ଷରୁ ଧମକ ମିଳିଛି । ଏସବୁ ମଧ୍ୟରେ ବାଲିଯାତ୍ରାରେ ଷ୍ଟଲ ପଡିବା ନେଇ ଏକ ପ୍ରକାର ଅନିଶ୍ଚିତତା ଦେଖାଯାଇଛି ।

ସୂଚନାଯୋଗ୍ୟ, ଚଳିତ ବର୍ଷ ବାଲିଯାତ୍ରାକୁ ଆଉ ୭ ଦିନ ବାକି ରହିଥିବା ବେଳେ ଏବେ ଦୁଇଟି ସମସ୍ୟା ମୁଣ୍ଡ ବିନ୍ଧାର କାରଣ ପାଲିଟିଛି । ପ୍ରଥମଟି ହେଲା ୪ ହଜାର ବର୍ଗଫୁଟରୁ ଅଧିକ ପ୍ଲଟ୍ ନେଉଥିବା ବ୍ୟବସାୟୀଙ୍କୁ ଏଯାଏଁ ଜମି ମିଳିନି ଏବଂ ଦ୍ବିତୀୟଟି ହେଲା ଜିଲ୍ଲାପାଳଙ୍କ ଅନୁମୋଦନ ବିନା କେହି ବ୍ୟବସାୟୀ ୪ ହଜାର ବର୍ଗଫୁଟରୁ ଅଧିକ ପ୍ଲଟ୍ ବୁକିଂ କରିପାରିବେ ନାହିଁ ବୋଲି ନିର୍ଦେଶ ରହିଛି । ଏହାକୁ ନେଇ ପ୍ରଶାସନ ଓ ସଂଘ ମଧ୍ୟରେ ବିବାଦ ଉପୁଜିଛି । ସେହିପରି ଚଳିତ ବର୍ଷ ବାଲିଯାତ୍ରାକୁ ଦୋଳି ଆସିବାକୁ ନେଇ ମଧ୍ୟ ଦ୍ବନ୍ଦ ସୃଷ୍ଟି ହୋଇଛି । ଏଥର ପ୍ରଥମ କରି ଦୋଳି ନିଲାମ ଉଦ୍ୟମ ପ୍ରଶାସନର ଫେଲ ମାରିବା ପରେ ପୁରୁଣା ଦୋଳି ବ୍ୟବସାୟଙ୍କ ସହ ଆଲୋଚନା କରିବା ବ୍ୟତିତ ପ୍ରଶାସନ ନିକଟରେ ଅନ୍ୟ କୌଣସି ବିକଳ୍ପ ନାହିଁ । ଯଦି ଆଲୋଚନା କରାନଯାଏ ତେବେ ଏବର୍ଷ ବିନା ଦୋଳିରେ ବାଲିଯାତ୍ରା ଦେଖିବାକୁ ମିଳିବ ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories