www.samajalive.in
Sunday, December 14, 2025
18.1 C
Bhubaneswar

କୁମ୍ଭ ମେଳା ୨୦୧୯; ମୋଦୀଙ୍କ ଶୁଭକାମନା, ସଙ୍ଗମ ତଟରେ ସ୍ନାନ କଲେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ

ନୂଆଦିଲ୍ଲୀ: ପ୍ରୟାଗରାଜରେ ଅର୍ଦ୍ଧ କୁମ୍ଭ ମେଳାର ଆରମ୍ଭ ହୋଇ ଯାଇଛି । ମକର ସଂକ୍ରାନ୍ତିର ଶୁଭ ମୁହୂର୍ତ୍ତରେ ସାହି ସ୍ନାନ ପର୍ବ ସମ୍ପନ୍ନ ହୋଇଛି । ଭିନ୍ନ ଭିନ୍ନ ଆଖଡା ବ୍ୟତୀତ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏହି ସଙ୍ଗମ ତଟରେ ସ୍ନାନ କରୁଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି । ସେ ଟୁଇଟର୍ ରେ ଏକ ଭିଡିଓ ପୋଷ୍ଟ କରି ଲେଖିଛନ୍ତି ଯେ, ପ୍ରୟୋଗରାଜରେ ଆରମ୍ଭ ହେଉଥିବା ପବିତ୍ର କୁମ୍ଭ ମେଳା ଅବସରରେ ମୋ ତରଫରୁ ହାର୍ଦ୍ଦିକ ଶୁଭକାମନା । ମୁଁ ଆଶା କରୁଛି ଯେ, ଏହି ଅବସରରେ ଦେଶ-ବିଦେଶର ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଭାରତର ଆଧ୍ୟାତ୍ମିକ, ସାଂସ୍କୃତିକ ଏବଂ ସାମାଜିକ ବିବିଧତା ସମ୍ପର୍କରେ ଜାଣି ପାରିବେ । ମୁଁ କାମନା କରୁଛି ଯେ ଏହି ଦିବ୍ୟ ଓ ଭବ୍ୟ ଆୟୋଜନ ମେଳାରେ ଅଧିକରୁ ଅଧିକ ଲୋକ ସାମିଲ ହୁଅନ୍ତୁ ।

ଏହି ଅବସରରେ କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ ସଙ୍ଗମ ତଟରେ ସ୍ନାନ କରିଛନ୍ତି । ଏହାର ଫଟୋ ସେ ନିଜ ଟୁଇଟର୍ ଆକାଉଣ୍ଟରେ ସେୟାର କରିଛନ୍ତି ।

- Advertisement -

ସୂଚନାଯୋଗ୍ୟ, ଚଳିତ ବର୍ଷ କୁମ୍ଭ ମେଳାରେ ୬ଟି ସାହି ସ୍ନାନ ପର୍ବ ଅନୁଷ୍ଠିତ ହେବ । ପ୍ରଥମଟି ସାହି ସ୍ନାନ ମକର ସଂକ୍ରାନ୍ତିରେ ସମ୍ପନ୍ନ ହୋଇଥିବା ବେଳେ ଦ୍ବିତୀୟ ପୌଷ ପୂର୍ଣ୍ଣିମା ଜାନୁଆରୀ ୨୧ ତାରିଖରେ, ତୃତୀୟଟି ମୌନୀ ଅମାବାସ୍ୟା ଫେବୃୟାରୀ ୪ରେ, ଚତୁର୍ଥ ସାହି ସ୍ନାନ ବସନ୍ତ ପଞ୍ଚମୀ ଫେବୃୟାରୀ ୧୦ରେ, ପଞ୍ଚମଟି ମାଘ ପୂର୍ଣ୍ଣିମା ଫେବୃୟାରୀ ୧୯ ଏବଂ ଷଷ୍ଠ ଅର୍ଥାତ୍ ଶେଷ ସାହି ସ୍ନାନ ପର୍ବ ମହାଶିବରାତ୍ରି ମାର୍ଚ୍ଚ ୪ରେ ଅନୁଷ୍ଠିତ ହେବ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories