ଡେସ୍କ: ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ରେଳ ମନ୍ତ୍ରଣାଳୟର ୬ଟି ପ୍ରକଳ୍ପକୁ ଅନୁମୋଦନ ଦେଇଛି। ଏହାର ମୋଟ ଆନୁମାନିକ ମୂଲ୍ୟ ୧୨,୩୪୩ କୋଟି ଟଙ୍କା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିସିଇଏ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
୬ଟି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଶତ ପ୍ରତିଶତ ଅର୍ଥ ଯୋଗାଇ ଦେବେ। ସରକାର କହିଛନ୍ତି ଯେ ମଲ୍ଟି-ଟ୍ରାକିଂ ପ୍ରସ୍ତାବ ଗୁଡ଼ିକ ପରିଚାଳନାକୁ ସହଜ କରିବ ଏବଂ ଭିଡ଼ ହ୍ରାସ କରିବ ଯାହା ଭାରତୀୟ ରେଳବାଇର ବ୍ୟସ୍ତବହୁଳ ସେକ୍ସନଗୁଡିକରେ ଆବଶ୍ୟକ ଭିତ୍ତିଭୂମି ବିକାଶ ପ୍ରଦାନ କରିବ। ଏହି ୬ଟି ପ୍ରକଳ୍ପ ୬ଟି ରାଜ୍ୟର ୧୮ଟି ଜିଲ୍ଲାରେ ବ୍ୟାପ୍ତ। ସେଗୁଡିକ ମଧ୍ୟରେ ରାଜସ୍ଥାନ, ଆସାମ, ତେଲେଙ୍ଗାନା, ଗୁଜରାଟ, ଆନ୍ଧ୍ରପ୍ରଦେଶ ଓ ନାଗାଲାଣ୍ଡ ରହିଛି।
ଏହା ଦ୍ୱାରା ଭାରତୀୟ ରେଳବାଇର ବର୍ତ୍ତମାନର ନେଟୱାର୍କ ୧ ହଜାର ୨୦ କିଲୋମିଟର ବୃଦ୍ଧି ପାଇବ ବୋଲି ସରକାର କହିଛନ୍ତି । ଏହାଦ୍ୱାରା ୩ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।



