ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅଟଳ ଇନୋଭେସନ ମିଶନକୁ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଜାରି ରଖିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏଆଇଏମ ଦେଶରେ ଏକ ନବସୃଜନ ସଂସ୍କୃତି ଏବଂ ଉଦ୍ୟମଶୀଳତା ସହ ଜଡ଼ିତ ଇକୋସିଷ୍ଟମ ବିକଶିତ କରିବା ଦିଗରେ ନିଜର ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ ପାଇଁ କାମ କରିବ।
ଏଆଇଏମ ମାଧ୍ୟମରେ ୧୦ହଜାର ଅଟଳ ଟିଙ୍କରିଂ ଲ୍ୟାବ ପ୍ରତିଷ୍ଠା, ୧୦୧ ଅଟଳ ଇନକ୍ୟୁବେସନ ସେଣ୍ଟର ପ୍ରତିଷ୍ଠା, ୫୦ଟି ଅଟଳ କମ୍ୟୁନିଟୀ ଇନୋଭେସନ ସେଣ୍ଟର ପ୍ରତିଷ୍ଠା ସହ ଅଟଳ ନ୍ୟୁ ଇଣ୍ଡିଆ ଚାଲେଞ୍ଜ ମାଧ୍ୟମରେ ୨୦୦ ଷ୍ଟାର୍ଟଅପ୍କୁ ସହାୟତା ପ୍ରଦାନ କରାଯିବ। ଏହି ପ୍ରକ୍ରିୟାରେ ମୋଟ୍ ୨,୦୦୦ କୋଟି ଟଙ୍କାରୁ ଅଧିକ ବ୍ୟୟ କରାଯିବ।



