www.samajalive.in
Friday, December 12, 2025
26.1 C
Bhubaneswar

ଜମିରେ ଚାଷ ପୂର୍ବରୁ ମାଟି ପରୀକ୍ଷା ଜରୁରୀ

ଝୁମ୍ପୁରା:ଝୁମ୍ପୁରା ବ୍ଲକ ଗୁମୁରା ପଞ୍ଚାୟତର ହିରାପୁର ଗ୍ରାମ ଠାରେ ଶୁକ୍ରବାର ଦିନ ଶେଷ ପର୍ଯ୍ୟାୟ କୃଷକ ମେଳା ଝୁମ୍ପୁରା ବ୍ଲକ ସହକାରୀ କୃଷି ଅଧିକାରୀ ରତିକାନ୍ତ ମହାନ୍ତିଙ୍କ ପ୍ରତ୍ୟକ୍ଷ ତ୍ୱତ୍ତାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଚାଷ ପାଇଁ ସରକାର କେଉଁ ଯୋଜନା କରିଛନ୍ତି, ସରକାର କରିଥିବା ଯୋଜନା ଗୁଡିକରେ ଚାଷୀ ମାନେ କିପରି ସାମିଲ ହୋଇପରିବେ, ସରକାରୀ ଯୋଜନାରେ ସାମିଲ ହେବା ପରେ ସରକାର ତରଫରୁ କିପରି ସୁବିଧା ଯୋଗାଇ ଦିଆଯିବ ସେ ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରାଯାଇଥିଲା। ଚାଷୀମାନେ ଯେ କୌଣସି ଜମିରେ ଚାଷ କରିବା ପୂର୍ବରୁ ଉକ୍ତ ଜମିର ମାଟି ପରୀକ୍ଷା କରିବା ଜରୁରୀ। କାରଣ ପରୀକ୍ଷା ପରେ ଉକ୍ତ ଜମିରେ ଚାଷ କଲେ, ଚାଷୀମାନେ ଜମିରେ କେଉଁଚାଷ କରିପାରିବେ ଏବଂ ସେଠାରେ କି କି ସାର କେତେ ପରିମାଣରେ ପ୍ରୟୋଗ କରାଯାଇପାରିବ ସେ ସମ୍ପର୍କରେ ଭଲ ଭାବେ ଜାଣିପାରିବେ ବୋଲି କୃଷି ଅଧିକାରୀମାନେ ପ୍ରକାଶ କରିଥିଲେ। ସେହିପରି ଚାଷୀମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ସମ୍ପର୍କରେ ଅଧିକାରୀମାନଙ୍କ ତରଫରୁ ଅବଗତ କରାଯାଇଥିଲା। ଚାଷୀ ମାନଙ୍କ ନିମନ୍ତେ ମତ୍ସ୍ୟ ବିଭାଗ, ଉଦ୍ୟାନ ବିଭାଗ, ପଶୁ ସମ୍ପଦ ବିଭାଗ ତରଫରୁ କିପରି ସୁବିଧା ରହିଛି ସେ ସମ୍ପର୍କରେ ଚାଷୀଙ୍କ ଅଧିକାରୀମାନେ ଦିଗଦର୍ଶନ ଦେଇଥିଲେ।

ଏହି କୃଷକ ମେଳାରେ ମୁଖ୍ୟଅତିଥି ଭାବେ ଝୁମ୍ପୁରା ବ୍ଲକ ଅଧ୍ୟକ୍ଷା ମାଳତୀ ନାଏକ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ କୃଷି ଜିଲା ଅଧିକାରୀ ମନୋରଞ୍ଜନ ମଣ୍ଡଳ ଯୋଗଦାନ କରିଥିଲେ। ସମ୍ମାନୀତ ଅତିଥି ଭାବେ ସହକାରୀ କୃଷି ନିର୍ଦେଶକ ରବୀନ୍ଦ୍ର କୁମାର ସାହୁ, ସହକାରୀ ଉଦ୍ୟାନକୃଷି ଅଧିକାରୀ ଦମୟନ୍ତୀ ହାଁସଦା, ସହକାରୀ ମତ୍ସ୍ୟ ଅଧିକାରୀ ପ୍ରିୟଙ୍କା ସାହୁ, ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ସୌଭାଗିନି ବେହେରା. ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ସୁକାନ୍ତ କୁମାର ଶିଆଳ, ଗୁମୁରା ସରପଞ୍ଚ ତପନ କୁମାର ନାଏକ, ସମିତି ସଭ୍ୟ ଉଦୟନାଥ ପାତ୍ର ପ୍ରମୁଖ ଯୋଗଦେଇଲେ।
କାର୍ଯ୍ୟକ୍ରମ ପରିଚାଳନା କରିଥିଲେ କୃଷି କର୍ମଚାରୀ ଅଶୋକ ମହାନ୍ତ ତାଙ୍କୁ ସହଯୋଗ କରିଥିଲେ କୃଷକ ସାଥି ତରଣୀସେନ ମହାନ୍ତ। ଏହି ଶେଷ ପର୍ଯ୍ୟାୟ କୃଷକ ମେଳାରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଶତାଧିକ କୃଷକ ଯୋଗଦାନ କରିବା ସହିତ ତାଙ୍କର ସୁଚିନ୍ତିତ ମତାମତ ମଧ୍ୟ ରଖିଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଶେଷରେ ଚାଷୀମାନଙ୍କ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories