ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବିଡିଓଙ୍କୁ ସ୍ମାରକ ପତ୍ର

ଟିକାବାଲି:କାର୍ଯ୍ୟରତ ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ବାଲେଶ୍ବର ଜିଲା ନିଳଗିରି ଥାନା ଅଧିକାରିଣୀ ମାଡମାରିବା ଏବଂ ଚିକିତ୍ସିତ ଅବସ୍ଥାରେ ଗୋଡରେ ବେଡି ବାନ୍ଧି ରଖିବା ବିରୋଧରେ କନ୍ଧମାଳ ଉତ୍କଳ ସାମ୍ବାଦିକ ସଂଘର ସଭାପତି ସନ୍ତୋଷ ଦାସଙ୍କ ନିର୍ଦେଶ କ୍ରମେ ଟିକାବାଲି ଗୋଷ୍ଠି ଉନ୍ନୟନ ଅଧିକାରୀ ଫକିର ଚରଣ ପରିଡାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଅଛି। ଏହି ସ୍ମାରକ ପତ୍ର ପ୍ରଦାନ ସମୟରେ ଟିକାବାଲି ସାମ୍ବାଦିକ ସଂଘର ଯୋଶେଫ ଦିଗାଲ, ହେମନ୍ତ ମୁଖି, ସଞ୍ଜୟ ଦିଗାଲ, ଆକୁଳାନନ୍ଦ ଦିଗାଲ ଏବଂ ରବିନାରାୟଣ ଦିଗାଲ ସମୂହ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ଭେଟି ଏହି ସ୍ମାରକପତ୍ର ପ୍ରଦାନ କରିଥିଲେ।

kalyan agarbati

Comments are closed.