www.samajalive.in
Friday, December 12, 2025
19.1 C
Bhubaneswar

ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ମୁଖ୍ୟ ଷଡ଼ଯନ୍ତ୍ରକାରୀ ହାଫିଜ ସଇଦଙ୍କୁ ୩୧ ବର୍ଷ କାରାଦଣ୍ଡ

ଇସଲାମାବାଦ: ପାକିସ୍ତାନର ଆତଙ୍କବାଦ ନିରୋଧୀ କୋର୍ଟ ଶୁକ୍ରବାର ଦିନ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ତଥା ଲଶ୍କର-ଇ-ତୋଇବା ମୁଖ୍ୟ ହାଫିଜ ମହମ୍ମଦ ସଇଦଙ୍କୁ ଦୁଇଟି ପୃଥକ ମାମଲାରେ ୩୧ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। କାରାଦଣ୍ଡାଦେଶ ସହ ୩ ଲକ୍ଷ ୪୦ ହଜାର ଟଙ୍କା ଜରିମାନା ମଧ୍ୟ କରାଯାଇଛି।

ରିପୋର୍ଟ ଅନୁଯାୟୀ, ସୟଦ ନିର୍ମାଣ କରିଥିବା ଏକ ମସଜିଦ ଏବଂ ମଦ୍ରାସା ସମେତ କୋର୍ଟ ତାଙ୍କର ସମସ୍ତ ସମ୍ପତ୍ତି ଜବତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗୋଟିଏ ମାମଲାରେ ସଇଦକୁ ୧୬ ବର୍ଷ ୬ ମାସ ଜେଲ ଦଣ୍ଡାଦେଶ ହୋଇଥିବା ବେଳେ ଅନ୍ୟ ଏକ ମାମଲାରେ ୧୫ ବର୍ଷ ୬ ମାସ ଜେଲ ଦଣ୍ଡାଦେଶ ହୋଇଛି। ସଇଦଙ୍କୁ ୨୦୧୯ରେ ଗିରଫ କରାଯାଇଥିଲା ଏବଂ ଏପର୍ଯ୍ୟନ୍ତ ତାଙ୍କ ବିରୋଧରେ ୭ଟି ମାମଲା ଦାୟର କରାଯାଇଛି।

- Advertisement -

ଏହି ମାମଲାରେ ସାକ୍ଷୀଙ୍କ ବିବୃତ୍ତିର ସତ୍ୟତା ନାସିରୁଦ୍ଦିନ ନାୟାର ଏବଂ ମହମ୍ମଦ ଇମ୍ରାନ ଫଜଲ ଗୁଲ, ହାଫିଜ ମହମ୍ମଦ ସଇଦଙ୍କ ଓକିଲ ଏବଂ ଅନ୍ୟମାନଙ୍କ ଦ୍ୱାରା ପରୀକ୍ଷା କରାଯାଇଥିଲା। ପୂର୍ବରୁ ଦୁଇଟି ମାମଲାରେ ସଇଦଙ୍କୁ ୧୧ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ପାକିସ୍ତାନର ଅନ୍ୟ ସହରରେ ମୋଟ ୪୧ଟି ମାମଲା ସଇଦ ବିରୋଧରେ ରୁଜ୍ଜୁ ହୋଇଛି।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories