www.samajalive.in
Saturday, December 6, 2025
23.1 C
Bhubaneswar

୩ଟି ରେଳ ପ୍ରକଳ୍ପକୁ କ୍ୟାବିନେଟ୍ ଅନୁମୋଦନ, ୬୪୫୬ କୋଟି ଟଙ୍କା ବ୍ୟୟ ଅଟକଳ

ଡେସ୍କ: ରେଳ ମନ୍ତ୍ରଣାଳୟର ମୋଟ ୬ ହଜାର ୪୫୬ କୋଟି ଟଙ୍କା ବ୍ୟୟ ଅଟକଳର ୩ଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟିକୁ ବୁଧବାର ଅନୁମୋଦନ ମିଳିଛି। ଏଥିରେ ଦୁଇଟି ନୂଆ ରେଳ ଲାଇନ୍ ଓ ଗୋଟିଏ ମଲ୍ଟି ଟ୍ରାକିଂ ପ୍ରକଳ୍ପ ରହିଛି। ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଛତିଶଗଡ଼ ସହ ଜଡିତ। ଏହି ୪ଟି ରାଜ୍ୟର ସାତଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରୁଥିବା ପ୍ରକଳ୍ପଗୁଡିକ ଭାରତୀୟ ରେଳବାଇର ବର୍ତ୍ତମାନର ନେଟୱାର୍କକୁ ପ୍ରାୟ ୩୦୦ କିଲୋମିଟର ବୃଦ୍ଧି କରିବ।

ଅନୁମୋଦିତ ପ୍ରକଳ୍ପଗୁଡ଼ିକ ସଂଯୋଗ ବିହୀନ ଅଞ୍ଚଳକୁ ସଂଯୋଗ କରି ଲଜିଷ୍ଟିକ୍ ଦକ୍ଷତାରେ ଉନ୍ନତି ଆଣିବ, ଏବେ ଥିବା ଲାଇନ୍ କ୍ଷମତା ବୃଦ୍ଧି କରିବ ଏବଂ ପରିବହନ ନେଟୱାର୍କରେ ମଧ୍ୟ ବୃଦ୍ଧି କରିବ, ଯାହା ଫଳରେ ଯୋଗାଣ ଶୃଙ୍ଖଳା ସୁବ୍ୟବସ୍ଥିତ ହେବ ଏବଂ ଅର୍ଥନୈତିକ ଅଭିବୃଦ୍ଧି ତ୍ୱରାନ୍ୱିତ ହେବ ବୋଲି ସରକାର କହିଛନ୍ତି। ନୂତନ ଲାଇନ୍ ପ୍ରସ୍ତାବଗୁଡ଼ିକ ସିଧାସଳଖ ଯୋଗାଯୋଗ ପ୍ରଦାନ କରିବ ଏବଂ ଗତିଶୀଳତାକୁ ଉନ୍ନତ କରିବ, ଭାରତୀୟ ରେଳବାଇ ପାଇଁ ଦକ୍ଷତା ଏବଂ ସେବା ବିଶ୍ୱସନୀୟତା ପ୍ରଦାନ କରିବ। ଏହି ମଲ୍ଟି ଟ୍ରାକିଂ ପ୍ରସ୍ତାବ ଦ୍ୱାରା ଭାରତୀୟ ରେଳବାଇର ବ୍ୟସ୍ତବହୁଳ ସେକ୍ସନଗୁଡ଼ିକରେ ଆବଶ୍ୟକ ଭିତ୍ତିଭୂମି ବିକାଶ ସହିତ ପରିଚାଳନାକୁ ସହଜ କରିବା ସହ ଭିଡ଼ ହ୍ରାସ ପାଇବ।

- Advertisement -

ଏହି ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୂଆ ଭାରତର ଦୃଷ୍ଟିକୋଣ ଅନୁଯାୟୀ, ସମ୍ପୃକ୍ତ ଅଞ୍ଚଳର ଲୋକମାନଙ୍କୁ ବ୍ୟାପକ ବିକାଶ ମାଧ୍ୟମରେ ‘ଆତ୍ମନିର୍ଭରଶୀଳ’ କରିବ, ଯାହା ସେମାନଙ୍କ ନିଯୁକ୍ତି/ ସ୍ୱରୋଜଗାର ସୁଯୋଗ ବୃଦ୍ଧି କରିବ। ଏହି ପ୍ରକଳ୍ପଗୁଡ଼ିକ ସହିତ ୧୪ଟି ନୂଆ ଷ୍ଟେସନ ମଧ୍ୟ ନିର୍ମାଣ କରାଯିବ, ଯାହା ଦ୍ୱାରା ଦୁଇଟି ଆକାଂକ୍ଷୀ ଜିଲ୍ଲା ନୂଆପଡ଼ା ଓ ପୂର୍ବ ସିଂହଭୂମକୁ ଯୋଗାଯୋଗ ବୃଦ୍ଧି ପାଇବ।

ନୂଆ ଲାଇନ୍ ପ୍ରକଳ୍ପ ଦ୍ୱାରା ପ୍ରାୟ ୧୩୦୦ ଗାଁ ଓ ପ୍ରାୟ ୧୧ ଲକ୍ଷ ଜନସଂଖ୍ୟାକୁ ସଂଯୋଗ ଯୋଗାଇ ଦିଆଯିବ। ମଲ୍ଟି ଟ୍ରାକିଂ ପ୍ରକଳ୍ପ ଦ୍ୱାରା ପ୍ରାୟ ୧୩୦୦ ଗାଁ ଓ ପ୍ରାୟ ୧୯ ଲକ୍ଷ ଜନସଂଖ୍ୟାକୁ ଯୋଗାଯୋଗ ବୃଦ୍ଧି ପାଇବ। କୃଷି ଜାତ ଦ୍ରବ୍ୟ, ସାର, କୋଇଲା, ଲୁହାପଥର, ଇସ୍ପାତ, ସିମେଣ୍ଟ, ଚୂନପଥର ଇତ୍ୟାଦି ସାମଗ୍ରୀ ପରିବହନ ପାଇଁ ଏଗୁଡ଼ିକ ଅତ୍ୟାବଶ୍ୟକ ମାର୍ଗ। କ୍ଷମତା ବୃଦ୍ଧି କାର୍ଯ୍ୟ ଫଳରେ ବାର୍ଷିକ ୪୫ ନିୟୁତ ଟନ୍ ପରିମାଣର ଅତିରିକ୍ତ ମାଲ ପରିବହନ ହେବ।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories