www.samajalive.in
Saturday, December 6, 2025
14.1 C
Bhubaneswar

ଆତ୍ମନିର୍ଭର ଢାଞ୍ଚାରେ ଦୃଢ ହେବ ରଣନୀତିକ ସମ୍ପର୍କ, ସ୍ୱଦେଶୀ ଆକାଶ କ୍ଷେପଣାସ୍ତ୍ର ରପ୍ତାନିକୁ କ୍ୟାବିନେଟ୍’ର ଅନୁମୋଦନ

ପ୍ରତିରକ୍ଷା ରପ୍ତାନୀରୁ ୫ ବିଲିୟନ ଡଲାର ଲକ୍ଷ୍ୟ ହାସଲ ଏବଂ ବନ୍ଧୁ ଦେଶ ସହ ରଣନୀତିକ ସମ୍ପର୍କକୁ ଦୃଢ କରିବା ଦୃଷ୍ଟିକୁ ବିଚାର କରି କେନ୍ଦ୍ର କ୍ୟାବିନେଟ ବୁଧବାର ଦିନ ସ୍ୱଦେଶୀ ଆକାଶ କ୍ଷେପଣାସ୍ତ୍ରର ରପ୍ତାନି ପାଇଁ ଏକ ପ୍ରସ୍ତାବ ଅନୁମୋଦନ ପ୍ରଦାନ କରିଛି। ତେବେ ରପ୍ତାନି ପାଇଁ ଆକାଶ କ୍ଷେପଣାସ୍ତ୍ରର ସଂସ୍କରଣ ବର୍ତ୍ତମାନ ଭାରତୀୟ ସଶସ୍ତ୍ର ବାହିନୀ ସହିତ ନିୟୋଜିତ କ୍ଷେପଣାସ୍ତ୍ରଠାରୁ ଭିନ୍ନ ହେବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ବିକାଶ ବିଷୟରେ ଘୋଷଣା କରିଛନ୍ତି।

- Advertisement -

ଆତ୍ମନିର୍ଭର ଭାରତ ଅଧୀନରେ ଦେଶରେ ବିଭିନ୍ନ ପ୍ରକାରର ପ୍ରତିରକ୍ଷା ଉପକରଣ ଏବଂ କ୍ଷେପଣାସ୍ତ୍ର ଉତ୍ପାଦନ କରିବାର କ୍ଷମତା ବୃଦ୍ଧି ହେଉଥିବା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ଆକାଶ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେପଣାସ୍ତ୍ର ୯୬ ପ୍ରତିଶତରୁ ଅଧିକ ସ୍ୱଦେଶୀ ଉପକରଣ ବ୍ୟବହାର କରାଯାଇଥିବା ସେ କହିଛନ୍ତି। ଆକାଶ କ୍ଷେପଣାସ୍ତ୍ର ହେଉଛି ଭୂମିରୁ ଆକାଶକୁ ନିକ୍ଷେପ କରାଯାଇ ପାରୁଥିବା କ୍ଷେପଣାସ୍ତ୍ର ଯାହା ୨୫ କିଲୋମିଟର ଦୂରତା ମଧ୍ୟରେ ଶତ୍ରୁପକ୍ଷର ମୁକାବିଲା କରିପାରିବ। ଏହି କ୍ଷେପଣାସ୍ତ୍ର ୨୦୧୪ରେ ଭାରତୀୟ ବାୟୁସେନାରେ ଏବଂ ୨୦୧୫ରେ ଭାରତୀୟ ସେନାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ସେବାରେ ଅନ୍ତର୍ଭୁକ୍ତ ହେବା ପରେ ଆନ୍ତର୍ଜାତୀୟ ପ୍ରଦର୍ଶନୀ / ଡିଫ୍ ଏକ୍ସପୋ / ଏରୋ ଇଣ୍ଡିଆ ସମୟରେ ଅନେକ ବନ୍ଧୁ ଦେଶ ଆକାଶ କ୍ଷେପଣାସ୍ତ୍ରରେ ଆଗ୍ରହ ଦେଖାଇଥିଲେ। ବିଭିନ୍ନ ଦେଶ ଦ୍ୱାରା ଜାରି କରାଯାଇଥିବା ଆରଏଫଆଇ / ଆରଏଫପିରେ ଅଂଶଗ୍ରହଣ କରିବାକୁ ଭାରତୀୟ ଉତ୍ପାଦନକୁ କ୍ୟାବିନେଟ ଅନୁମୋଦନ ସହଜ କରିବ ବୋଲି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories