www.samajalive.in
Saturday, December 13, 2025
26.1 C
Bhubaneswar

ବାଲେଶ୍ୱରର ୩୦ଟି ଏବଂ ତିର୍ତ୍ତୋଲର ୧୨୦ଟି ବୁଥରେ ଜାରି ରହିଛି ମତଦାନ

ଭୋଟ ବର୍ଜନ ସମ୍ପର୍କିତ ଗଣମାଧ୍ୟମ ରିପୋର୍ଟକୁ ଖଣ୍ଡନ କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ଉପନିର୍ବାଚନ ନିମନ୍ତେ ମତଦାନ ଶେଷ ହୋଇଥିଲେ ମଧ୍ୟ ଶେଷ ସମୟରେ ଭୋଟରମାନେ ଆସିଥିବାରୁ ଏବେ ବାଲେଶ୍ୱରର ୩୦ଟି ଏବଂ ତିର୍ତ୍ତୋଲର ୧୨୦ଟି ବୁଥରେ ମତଦାନ ଜାରି ରହିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ସନ୍ଧ୍ୟା ୬ଟା ସୁଦ୍ଧା ବାଲେଶ୍ୱରରେ ୭୧ ପ୍ରତିଶତ ଓ ତିର୍ତ୍ତୋଲରେ ୬୯.୯ ପ୍ରତିଶତ ମତଦାନ ହୋଇଛି। ସଠିକ ମତଦାନ ହାର ପୋଲିଂ ଦଳ ଫେରି ଆସିବା ପରେ ଜଣାପଡିବ ବୋଲି ସେ କହିଛନ୍ତି।

ସେ ସୂଚନା ଦେଇ କହିଛନ୍ତି ଯେ ଆଜି ମତଦାନ ପୂର୍ବରୁ ମକ ପୋଲ ସମୟରେ ୨ଟି ବାଲଟ ୟୁନିଟ, ୧୯ଟି କଣ୍ଟ୍ରୋଲ ୟୁନିଟ ଏବଂ ୧୫ଟି ଭିଭିପାଟରେ ତ୍ରୁଟି ପରିଲକ୍ଷିତ ହେବାରୁ ସେଗୁଡିକୁ ବଦଳାଇ ଦିଆଯାଇଥିଲା। ପ୍ରକୃତ ମତଦାନ ସମୟରେ ୨ଟି ବାଲଟ ୟୁନିଟ, ୨ଟି କଣ୍ଟ୍ରୋଲ ୟୁନିଟ ଏବଂ ୭ଟି ଭିଭିପାଟରେ ତ୍ରୁଟି ପରିଲକ୍ଷିତ ହେବାରୁ ସେଗୁଡିକୁ ତୁରନ୍ତ ବଦଳାଯାଇ ନୂଆ ବାଲଟ ୟୁନିଟ, କଣ୍ଟ୍ରୋଲ ୟୁନିଟ ଏବଂ ଭିଭିପାଟରେ ମତଦାନ ବ୍ୟବସ୍ଥା କରାଯାଇଥିଲା। ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି ଶାନ୍ତି ଶୃଙ୍ଖଳାର ସହ ମତଦାନ ପ୍ରକ୍ରିୟା ଶେଷ ହୋଇଛି ଏବଂ ଲୌଣସି ଅପ୍ରୀତିକର କିମ୍ବା ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇନଥିବା ସେ କହିଛନ୍ତି। ରାଜ୍ୟରେ କରୋନା ମହାମାରୀ ସମୟରେ ନିର୍ବାଚନ ହୋଇଥିବାରୁ ସମସ୍ତ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା ସେ କହିଛନ୍ତି। ଶ୍ରୀ ଲୋହାନୀ କହିଛନ୍ତି ଯେ ଗତ ନିର୍ବାଚନରେ ବାଲେଶ୍ୱରରେ ୭୯.୨୧ ପ୍ରତିଶତ ଏବଂ ତିର୍ତ୍ତୋଲରେ ୭୪.୦୯ ପ୍ରତିଶତ ମତଦାନ ହୋଇଥିଲା।

- Advertisement -

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ଉପନିର୍ବାଚନ ସମୟରେ କେତେକ ସ୍ଥାନରେ ଭୋଟ ବର୍ଜନ ସମ୍ପର୍କିତ ଗଣମାଧ୍ୟମ ରିପୋର୍ଟକୁ ଖଣ୍ଡନ କରି କହିଛନ୍ତି ଯେ ଉଭୟ ବାଲେଶ୍ୱର ଏବଂ ତିର୍ତ୍ତୋଲରେ କୌଣସି ଭୋଟ ବର୍ଜନ ହୋଇନାହିଁ। ତିର୍ତ୍ତୋଲରେ ନିର୍ବାଚନର ୧୦/୧୫ ଦିନ ପୂର୍ବରୁ ଭୋଟ ବର୍ଜନ ଲାଗି କିଛି ଲୋକ ଧମକ ଦେଇଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲେ ମଧ୍ୟ ଆଜି ସେଭଳି କିଛି ଘଟିନାହିଁ ଓ ବାଲେଶ୍ୱରରେ ଆଜି ୧୦୦ରୁ କାମ ସଂଖ୍ୟକ ଭୋଟର ଥିବା ଏକ ପଡ଼ାରୁ ଭୋଟ ବର୍ଜନ ସୂଚନା ଆସିଥିଲେ ମଧ୍ୟ ସେହି ବୁଥରେ ସାଧାରଣ ଭାବେ ମତଦାନ ହୋଇଥିବା ସେ କହିଛନ୍ତି। ସେହିଭଳି ୨/୩ଟି ସ୍ଥାନରେ ବୁଥ ଦଖଲ ଅଭିଯୋଗ ଆସିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେଥିରେ ସତ୍ୟତା ନ ଥିବା ଜଣାପଡିଛି ବୋଲି ସେ କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories