www.samajalive.in
Sunday, December 14, 2025
26.1 C
Bhubaneswar

ମହାନ୍‌ ସଂଗ୍ରାମୀ  ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ

ପାଇକ ବିଦ୍ରୋହର ମୁଖ୍ୟ ପୁରୋଧା ହେଉଛନ୍ତି ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ । ସେ ବକ୍ସି ଜଗବନ୍ଧୁଙ୍କ ନାମରେ ବେଶ୍‌ ଲୋକପ୍ରିୟ  ।  ୧୮୧୭ ମସିହାରେ  ପାଇକ ବିଦ୍ରୋହ ହୋଇଥିଲା । ପାଇକ ବିଦ୍ରୋହକୁ ଅନେକ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି  ମତ ପ୍ରକାଶ କରିଥାଆନ୍ତି ।

ବକ୍ସି ଜଗବନ୍ଧୁ  ରାଜାଙ୍କର  ବକ୍ସି ବା ସେନାପତି ଥିଲେ । ସେହି ସମୟରେ ପାଇକମାନେ ନିଷ୍କର ଜମି ଭୋଗ ଦଖଲ କରୁଥିଲେ ।  ମରାହଟ୍ଟାମାନଙ୍କୁ ଓଡିଶାରୁ ହଟାଇବା ପାଇଁ ଇଂରେଜମାନେ ଗଜପତି ମହାରାଜାଙ୍କୁ ସହାୟତା କରିଥିଲେ  । ଏହାପରେ ରାଜ୍ୟର ଶାସନରେ ସେମାନେ ହସ୍ତକ୍ଷେପ କରିଥିଲେ ।  ଏହାପରେ ପାଇକ ବିଦ୍ରୋହ ଆରମ୍ଭ ହୋଇଥିଲା । ଘୁମୁସୁରର କନ୍ଧ ଓ  ପାଇକମାନେ ମିଳିତ ଭାବେ ବାଣପୁରରେ ଥିବା ଇଂରେଜମାନଙ୍କ ବିଭିନ୍ନ କାର୍ଯ୍ୟାଳୟ ଉପରେ ଆକ୍ରମଣ କରିଥିଲେ । ବାଣପୁରରୁ ପିପିଲି ମଧ୍ୟରେ ଥିବା ଇଂରେଜଙ୍କର ବିଭିନ୍ନ କାର୍ଯ୍ୟାଳୟ ଓ ସୈନ୍ୟ ଛାଉଣୀ ଉପରେ ଆକ୍ରମଣ ହୋଇଥିଲା । ପରେ ପୁରୀ ଆଡକୁ ଅଗ୍ରସର ହୋଇଥିଲେ । ମାତ୍ର ସେଠାରେ ଇଂରେଜ ସୈନ୍ୟମାନଙ୍କୁ ପ୍ରତିରୋଧ କରିବା ସମ୍ଭବ ହୋଇ ପାରି ନଥିଲା । ମାତ୍ର ବକ୍ସି ଜଗବନ୍ଧୁଙ୍କୁ ଇଂରେଜମାନେ ଗିରଫ କରି ପାରି ନଥିଲେ ।

- Advertisement -

ପରେ ବଡଲାଟ୍‌ ୧୮୨୨ ମସିହା ରେ ଜଗବନ୍ଧୁଙ୍କୁ  କେତକ ସର୍ତ୍ତରେ କ୍ଷମା କରିବେ ବୋଲି ଘୋଷଣା କରିଥିଲେ । ମାତ୍ର ବକ୍ସି ଜଗବନ୍ଧୁ ଏହାକୁ ଗ୍ରହଣ କରି ନ ଥିଲେ । ମାତ୍ର ଇଂରେଜମାନଙ୍କ ସତର୍କତା ଯୋଗୁଁ  ବିଦ୍ରୋହୀ ପାଇକମାନଙ୍କର ଅବସ୍ଥା ଶୋଚନୀୟ ହୋଇଥିଲା । ଏହାପରେ ୧୮୨୫ ମସିହାରେ ବକ୍ସି ଜଗବନ୍ଧୁ ଆତ୍ମ ସମର୍ପଣ କରିଥିଲେ ।ଇଂରେଜମାନେ କଟକର ବକ୍ସି ବଜାରରେ ବକ୍ସି ଜଗବନ୍ଧୁଙ୍କୁ  ଗୃହବନ୍ଦୀ କରି ରଖିଥିଲେ। ୧୯୨୯ ମସିହାରେ ବକ୍ସି ଜଗବନ୍ଧୁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories