www.samajalive.in
Saturday, December 13, 2025
23.1 C
Bhubaneswar

ବଟ୍‍ଲରଙ୍କ ଧୂଅାଁଧାର ବ୍ୟାଟିଂରେ ରାଜସ୍ଥାନ ବିଜୟୀ

ଜୟପୁର : ଆଇପିଏଲ୍‍ରେ ଶୁକ୍ରବାର ରାଜସ୍ଥାନ ରୟାଲ୍‍ସକୁ ଜିତାଇଛନ୍ତି ଜୋସ୍‍ ବଟ୍‍ଲର। ତାଙ୍କର ଅପରାଜିତ ୯୫ ରନ୍‍ ବଳରେ ଚେନ୍ନଇ ସୁପର କିଙ୍ଗ୍‍ସକୁ ୪ ୱିକେଟରେ ରାଜସ୍ଥାନ ପରାସ୍ତ କରିଛି। ସୁରେଶ ରୈନାଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଚେନ୍ନଇ ୪ ୱିକେଟରେ ୧୭୬ ରନ୍‍ କରିଥିଲା। ପରେ ଜୋସ୍‍ ବଟ୍‍ଲରଙ୍କ ଇନିଂସ ବଳରେ ଗୋଟିଏ ବଲ୍‍ ବାକିଥାଇ ୬ ୱିକେଟ ହରାଇ ରାଜସ୍ଥାନ ରୟାଲ୍‍ସ ଜିତିଥିଲା। ୧୧ଶ ମ୍ୟାଚ୍‍ରେ ୫ମ ବିଜୟ ପରେ ରାଜସ୍ଥାନ ପ୍ଲେଅଫ୍‍ ଆଶା ବଜାୟ ରଖିଛି। ଚେନ୍ନଇ ୧୧ଶ ମ୍ୟାଚ୍‍ରେ ୪ର୍ଥ ପରାଜୟ ଭୋଗି ପୂର୍ବ ପରି ୨ୟ ସ୍ଥାନରେ ରହିଛି।
ରାଜସ୍ଥାନ ରୟାଲ୍‍ସ ସମ୍ମୁଖରେ ୧୭୭ ରନ୍‍ର ବିଜୟଲକ୍ଷ୍ୟ ଥିବା ବେଳେ ଇଂଲଣ୍ଡର ଦୁଇ ବ୍ୟାଟ୍‍ସମ୍ୟାନ୍‍ ଜୋସ୍‍ ବଟ୍‍ଲର ଓ ବେନ୍‍ ଷ୍ଟୋକ୍‍ସ ଇନିଂସ ଆରମ୍ଭ କରିଥିଲେ। ଇନିଂସର ପ୍ରଥମ ୩ଟି ବଲ୍‍ରେ ଚୌକାମାରି ବଟ୍‍ଲର ତାଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ କରିଥିଲେ। ୪ ଓଭରରେ ରାଜସ୍ଥାନ ୪୮ ରନ୍‍ କରିଥିଲା। ଷ୍ଟୋକ୍‍ସ ୭ ବଲ୍‍ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୧ ରନ୍‍ କରିଥିଲେ। ଅଧିନାୟକ ଅଜିଙ୍କ୍ୟ ରାହାଣେ ବିଫଳତା ଧାରା ଜାରିରଖି ୪ ରନ୍‍କରି ବିଦାୟ ନେଇଥିଲେ। ତେବେ ଅନ୍ୟପଟେ ବଟ୍‍ଲର ତାଙ୍କ ଚମତ୍କାର ବ୍ୟାଟିଂ ଜାରି ରଖିଥିଲେ। ସଞ୍ଜୁ ସାମ୍‍ସନ ୨୨ ବଲ୍‍ରୁ ୨ଟି ଚୌକା ସହ ୨୧ ରନ୍‍କରି ରନ୍‍ଆଉଟ ହୋଇଥିଲେ। ହିମାଚଳର ପ୍ରଶାନ୍ତ ଚୋପ୍ରା ପ୍ରଥମ ଆଇପିଏଲ୍‍ ମ୍ୟାଚ୍‍ ଖେଳି ୮ ରନ୍‍ କରି ପାରିଥିଲେ। ଷ୍ଟୁଆର୍ଟ ବିନ୍ନି ୧୭ ବଲ୍‍ରୁ ୨୨ ରନ୍‍ କରିଥିଲେ। କେ. ଗୌତମ ୪ ବଲ୍‍ରୁ ୨ଟି ଛକା ସହ ୧୩ ରନ୍‍ କରିଥିଲେ। ରାଜସ୍ଥାନ ୪ ଓଭରରୁ ୪୬ ଓ ଶେଷ ଓଭରରୁ ୧୨ ରନ୍‍ ଆବଶ୍ୟକ କରୁଥିଲା। ଶେଷ ଓଭରରେ ବଟ୍‍ଲର ବଟ୍‍ଲର ଆବଶ୍ୟକ ୧୨ ରନ୍‍ ନେଇ ପାରିଥିଲେ। ବଟ୍‍ଲର ୬୦ ବଲ୍‍ରୁ ୨ଟି ଛକା ଓ ୧୧ଟି ଚୌକା ସହ ୯୫ ରନ୍‍କରି ଅପରାଜିତ ରହି ମ୍ୟାନ୍‍ ଅଫ୍‍ ଦି ମ୍ୟାଚ୍‍ ହୋଇଥିଲେ।
ଚେନ୍ନଇ ଟସ୍‍ ଜିତି ବ୍ୟାଟିଂ ନେବା ପରେ ଏହାର ଓପ୍‍ନିଂ ଯୋଡ଼ି ୨ ଓଭରରେ ୧୯ ରନ୍‍ କରିଥିଲା। ଅମ୍ବତି ରାୟୁଡୁ ୧୨ ରନ୍‍କରି ଆଉଟ ହୋଇ ଯାଇଥିଲେ। ସୁରେଶ ରୈନା କ୍ରିଜ୍‍କୁ ଆସିବା ମାତ୍ରେ ଆକ୍ରମଣାତ୍ମକ ସଟ୍‍ ଖେଳିବା ଆରମ୍ଭ କରିଥିଲେ। ଓପ୍‍ନର ସେନ୍‍ ୱାଟ୍‍ସନଙ୍କ ସହ ରୈନା ୨ୟ ୱିକେଟ ପାଇଁ ୮୬ ରନ୍‍ ଯୋଡ଼ିଥିଲେ। ୧୨ ଓଭର ଶେଷରେ ଚେନ୍ନଇ ସୁପର କିଙ୍ଗ୍‍ସ ୨ ୱିକେଟରେ ୧୧୧ ରନ୍‍ କରିଥିଲା। ହେଲେ ରାଜସ୍ଥାନ ରୟାଲ୍‍ସର ବୋଲର ଭଲ ବୋଲିଂ କରିବାରୁ ଶେଷ ୮ ଓଭରରୁ ଚେନ୍ନଇ ମାତ୍ର ୬୫ ରନ୍‍ ନେଇ ପାରିଥିଲା। ଅଷ୍ଟ୍ରେଲୀୟ ୱାଟ୍‍ସନ୍‍ ୩୧ ବଲ୍‍ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୩୯ ରନ୍‍ କରିଥିଲେ। ଅର୍ଦ୍ଧଶତକ ପୂରଣ ପରେ ରୈନା ମଧ୍ୟ ବିଦାୟ ନେଇଥିଲେ। ଏହି ବାମହାତି ୩୫ ବଲ୍‍ରୁ ଗୋଟିଏ ଛକା ଓ ୬ଟି ଚୌକା ସହ ୫୨ ରନ୍‍ କରିଥିଲେ। ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଶେଷ ୮.୫ ଓଭର ବ୍ୟାଟିଂ କରିଥିଲେ ମଧ୍ୟ ଦ୍ରୁତଗତିରେ ସ୍କୋର୍‍ କରିବାରେ ବିଫଳ ହୋଇଥିଲେ। ୪ର୍ଥ ୱିକେଟ ପାଇଁ ଧୋନି ଓ ବିଲିଙ୍ଗ୍‍ସ ୬.୪ ଓଭରରେ ୫୫ ରନ୍‍ ଯୋଡ଼ିଥିଲେ। ଇଂଲଣ୍ଡର ବିଲିଙ୍ଗ୍‍ସ ୨୨ ବଲ୍‍ରୁ ୩ଟି ଚୌକା ସହ ୨୭ ରନ୍‍ କରିଥିଲେ। ଧୋନି ୨୩ ବଲ୍‍ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୩୩ ରନ୍‍କରି ଅପରାଜିତ ଥିଲେ। ୱେଷ୍ଟଇଣ୍ଡିଜ୍‍ର ପେସ୍‍ ବୋଲର ଜୋଫ୍ରା ଆର୍ଚର ୨ଟି ୱିକେଟ ପାଇଥିଲେ।

Hot this week

ପୂର୍ବରୁ ୧୩ଥର ହୋଇସାରିଛନ୍ତି , ଏବେ ପୁର୍ନବାର କାହିଁକି ?

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

Related Articles

Popular Categories