www.samajalive.in
Saturday, December 6, 2025
23.1 C
Bhubaneswar

ଶଙ୍କଟ ମୋଚନ ବସ୍‌ ଦୁର୍ଘଟଣା: ୪ ଗୁରୁତର, ୧୨ ଆହତ

କୁଆଁରମୁଣ୍ଡା: କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚାଡରି ହରିହରପୁର ଛକ ନିକଟ ଦେଇ ଯାଇଥିବା ଜାତୀୟ ରାଜପଥ ନିକଟରେ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ଶଙ୍କଟ ମୋଚନ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ୧୨ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୪ଜଣ ଗୁରୁତର ହୋଇଛନ୍ତି। ଦୁର୍ଘଟଣାସ୍ଥଳରୁ ବସ ଡ୍ରାଇଭର ଓ କଣ୍ଡକ୍ଟର ଫେରାର ହୋଇଯାଇଥିବା ଜଣାପଡ଼ିଛି।


ସୂଚନା ଅନୁଯାୟୀ ଚାଡ଼ରି ହରିହରପୁର ଛକ ନିକଟରେ ରାଉରକେଲା ପଟୁ ରାଞ୍ଚି ଅଭିମୁଖେ ଯାଉଥିବା ଶଙ୍କଟ ମୋଚନ ବସ୍‌ ନଂ ଜେଏଚ୍‌ ୦୧-ବିୟୁ୭୫୪୪ ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ରାସ୍ତାତଳକୁ ଅାସି ଓଲଟି ପଡ଼ିଥିଲା। ବସ୍‌ଟି ଓଲଟି ପଡ଼ିବା ଖବର ପାଇବା ପରେ ଆଖପାଖ ଅଞ୍ଚଳର ଗାଁ ଲୋକେ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଆହତମାନଙ୍କୁ ଉଦ୍ଧାର କରିବା ସହ କୁଆଁରମୁଣ୍ଡା ପୁଲିସକୁ ଖବର ଦେଇଥିଲେ। ଶଙ୍କଟ ମୋଚନ ବସରେ ୪୦ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୧୨ଜଣ ଆହତ ହୋଇଥିବାବେଳେ ୪ ଗୁରୁତର ଥିବା ଜଣାପଡ଼ିଛି। ଆହତ ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି ଏବଂ ଗୁରୁତରଙ୍କୁ ଆଇଜିଏଚ୍‌ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଦୁର୍ଘଟଣାସ୍ଥଳରୁ ବସ ଡ୍ରାଇଭର ଓ କଣ୍ଡକ୍ଟର ଫେରାର ହୋଇଯାଇଥିବା ଜଣାପଡ଼ିଛି। କୁଆଁରମୁଣ୍ଡା ପୁଲିସ ଏକ ଦୁର୍ଘଟଣାଜନିତ ମାମଲା ରୁଜୁ କରିବା ସହିତ ଦୁର୍ଘଟଣାର ପ୍ରକୃତ କାରଣ ବିଷୟରେ ଅନୁସନ୍ଧାନ ଜାରି ରଖିଛି।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories