www.samajalive.in
Saturday, December 6, 2025
26.1 C
Bhubaneswar

ଚୌକିପଡ଼ା ରେଲଓ୍ବେ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ନେଇ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର: ଇସ୍ପତା ଓ ଖଣି, ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଝାରସୁଗୁଡ଼ା ଜିଲ୍ଲାର ଚୌକିପଡ଼ା ରେଲଓ୍ବେ ଓଭରବ୍ରିଜ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଏହି ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସ, ପୂର୍ତ୍ତ ବିଭାଗ କମିଶନର ତଥା ଶାସନ ସଚିବ ଡଃ କିଶନ କୁମାର, ଦକ୍ଷିଣପୂର୍ବ ରେଳବାଇର ମୁଖ୍ୟଯନ୍ତ୍ରୀ ବିରେନ୍ଦ୍ର କୁମାର, ୱାର୍ଲଡ ବ୍ୟାଙ୍କ ପ୍ରକଳ୍ପର ମୁଖ୍ୟ ଯନ୍ତ୍ରୀ ପି.କେ.ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଭର୍ଚୁଆଲ ମାଧ୍ୟମରେ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ ପ୍ରମୁଖ ଉପସ୍ଥିତ ରହି ପ୍ରକଳ୍ପର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।

ନିର୍ମାଣ ହେବାକୁ ଥିବା ରେଲୱେ ଓଭରବ୍ରିଜ୍ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ, ବିସ୍ଥାପିତଙ୍କ ଥଇଥାନ, ଟ୍ରାଫିକ୍ ପ୍ଲାନ, ଟେଣ୍ଡର ପ୍ରକ୍ରିୟା, ପାଣ୍ଠି ଆବଣ୍ଟନ, ଆବଶ୍ୟକ ବୁଝାମଣାପତ୍ର ସ୍ବାକ୍ଷର ଉପରେ ଆଲୋଚନା ହୋଇଥିଲା। ବିଭିନ୍ନ ପ୍ରକଳ୍ପ ସମୟରେ ଜମି ଅଧିଗ୍ରହଣ ଏବଂ ଫରେଷ୍ଟ କ୍ଲିୟରାନ୍ସ ପ୍ରତିବନ୍ଧକ ସୃଷ୍ଟି କରିଥିବା ବେଳେ ଯଦି ଏହିଭଳି କିଛି ପ୍ରତିବନ୍ଧକ ଥାଏ ତେବେ ବିଭିନ୍ନ ବିଭାଗ ସହିତ ଯୋଗସୂତ୍ର ରକ୍ଷା କରି ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବା ନେଇ ମନ୍ତ୍ରୀ ଶ୍ରୀ ମଲ୍ଲିକ ବିଭାଗୀୟ ଅଧିକାରୀ, ରେଲୱେ କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ। ସମସ୍ତ ପ୍ରତିବନ୍ଧକକୁ ଯଥାଶୀଘ୍ର ଦୂରକରି ଟେଣ୍ଡର ପକ୍ରିୟା ଦୁଇରୁ ତିନି ମାସ ମଧ୍ୟରେ ଆରମ୍ଭ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories