www.samajalive.in
Monday, December 8, 2025
24.1 C
Bhubaneswar

୨୦୨୧ ଫେବୃଆରୀରେ ହେବନି ସିବିଏସଇ ପରୀକ୍ଷା – ଶିକ୍ଷାମନ୍ତ୍ରୀ ନିଶଙ୍କ

ଆସନ୍ତା ବର୍ଷ ଫେବୃଆରୀରେ ଦେଶରେ କୌଣସି ସିବିଏସ୍ଇ ବୋର୍ଡ ପରୀକ୍ଷା ହେବ ନାହିଁ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଆଜି ଏହି ବିଷୟରେ ସୂଚନା ଦେଇଛନ୍ତି। ସେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ବୋର୍ଡ ପରୀକ୍ଷା ବିଷୟରେ କହିଛନ୍ତି ଯେ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୦୨୧ ଜାନୁଆରୀ-ଫେବୃଆରୀରେ ଦଶମ-ଦ୍ୱାଦଶ ବୋର୍ଡ ପରୀକ୍ଷା କରିବା ପାଇଁ କୌଣସି ଯୋଜନା ନାହିଁ। ତେବେ ଫେବୃଆରୀ ପରେ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଶିକ୍ଷା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପରୀକ୍ଷା ତାରିଖ ଶୀଘ୍ର ପ୍ରକାଶ ପାଇବ।

ଏକ ୱେବିନାର୍ ସମୟରେ ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ କରୋନା ଅବଧିରେ ଶିକ୍ଷକମାନେ ପିଲାମାନଙ୍କୁ ଯୋଦ୍ଧା ଭଳି ଶିକ୍ଷା ଦେଇଛନ୍ତି। ଅନଲାଇନ ମୋଡ୍ ମାଧ୍ୟମରେ ପିଲାମାନଙ୍କୁ ଶିକ୍ଷା ଦେବାରେ ଶିକ୍ଷକମାନେ କୌଣସି ଅବହେଳା କରିନାହାନ୍ତି। ସେ କହିଛନ୍ତି ଯେ ନୂତନ ଶିକ୍ଷା ନୀତି ଅନୁଯାୟୀ କୃତ୍ରିମ ବୌଦ୍ଧିକତା ସମ୍ପନ୍ନ ବିଷୟଗୁଡ଼ିକ ଆପେ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ପ୍ରବର୍ତ୍ତିତ ହେଉଛି। ଭାରତ ବିଶ୍ୱର ପ୍ରଥମ ଦେଶ ଯେଉଁଠାରେ ବିଦ୍ୟାଳୟ ସ୍ତରରେ କୃତ୍ରିମ ବୌଦ୍ଧିକତା ବିଷୟ ଶିକ୍ଷା ଦିଆଯିବ।

- Advertisement -

ଶିକ୍ଷାମନ୍ତ୍ରୀ ଶ୍ରୀ ନିସଙ୍କ କହିଛନ୍ତି ଯେ ନୂତନ ଶିକ୍ଷା ନୀତିରେ ଷଷ୍ଠ ଶ୍ରେଣୀରୁ ଭୋକେସନାଲ୍ ଷ୍ଟ୍ରିମ୍ ପ୍ରଚଳିତ ହୋଇଛି। ଏହା ଅଧୀନରେ ଇଣ୍ଟର୍ନସିପ୍ ହେବ ବୋଲି ସେ କହିଛନ୍ତି। ପିଲାମାନଙ୍କୁ ଶିଳ୍ପ ଏବଂ କୃଷି କ୍ଷେତ୍ରରେ ତାଲିମ ଦେବା ନିମନ୍ତେ ବର୍ତ୍ତମାନ ଅଧ୍ୟୟନ କେବଳ ବହିରେ ସୀମିତ ରହିବ ନାହିଁ।

ସେ କହିଛନ୍ତି, ସିବିଏସ୍ଇ ଦ୍ୱାରା ପୂର୍ବରୁ ପ୍ରଦାନ କରାଯାଇଥିବା ସୂଚନା ଅନୁଯାୟୀ ବୋର୍ଡ ପରୀକ୍ଷା ଅନଲାଇନ୍ ହେବ ନାହିଁ। ୨୦୨୧ ମସିହାରେ ହେବାକୁ ଥିବା ପରୀକ୍ଷାଗୁଡ଼ିକ ପୂର୍ବ ପରି ହେବ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories