www.samajalive.in
Friday, December 5, 2025
17.1 C
Bhubaneswar

ଓଲଟିଲା ଯାତ୍ରୀବାହୀ ବସ୍‍, ୨୦ରୁ ଊର୍ଦ୍ଧ୍ବ ଗୁରୁତର

କାମାକ୍ଷାନଗର: ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ତଥା ତୁମୁସିଂହା ଥାନା ଅନ୍ତର୍ଗତ କନ୍ତିଓକାଟେଣୀ ଗ୍ରାମ ନିକଟବର୍ତ୍ତୀ ରେଙ୍ଗାଲି କେନାଲ ରାସ୍ତାରେ ଓଲଟିଲା ଯାତ୍ରୀବାହୀ ବସ୍‍ । ଯାତ୍ରୀବାହୀ ବସ ଓଲଟି କୋଡିଏ ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି କ୍ଷ ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଅଁଳାବେରେଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ସୂଚନା ମିଳିଛି । ପରଜଙ୍ଗ ଥାନା କୁମୁସୀ ଗ୍ରାମରୁ ଜଗନ୍ନାଥ ନାମକ ଏକ ଯାତ୍ରୀବାହୀ ବସ ଶୁକ୍ରବାର ଭୁବନେଶ୍ୱର ଅଭିମୁଖେ ଯାଉଥିଲା । କନ୍ତିଓକାଟେଣୀ ଗ୍ରାମ ଦେଇ ଯାଇଥିବା ରେଙ୍ଗାଲି କେନାଲ ରାସ୍ତାରେ ବସଟି ଯାଉଥିବା ସମୟରେ ଭରସାମ୍ୟ ହରାଇ କେନାଲ ମଧ୍ୟକୁ ଓଲଟି ପଡିଥିଲା। ଫଳରେ ବସରେ ଥିବା ୫୦ରୁ ଅଧିକ ଯାତ୍ରୀଙ୍କ ମଧ୍ୟରୁ କୋଡିଏ ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories