www.samajalive.in
Saturday, December 6, 2025
26.1 C
Bhubaneswar

ବୁର୍ଲା ସହରରେ ନାଳନର୍ଦ୍ଦମା ସମସ୍ୟା ; କେଉଁଠି ଆଦୌ ନାହିଁ ତ, ଅନ୍ୟ କେଉଁଠି ଅଧାରେ ଅଟକିଛି

ବୁର୍ଲା : ଶିକ୍ଷାନଗରୀ ବୁର୍ଲା ସହରର ବିଭିନ୍ନ ସ୍ଥାନରେ ନାଳନର୍ଦ୍ଦମା ସମସ୍ୟା ଲାଗି ରହିଛି। ଏହା ସ୍ଥାନୀୟବାସିନ୍ଦାଙ୍କ ପାଇଁ ମୁଣ୍ଡବଥାର କାରଣ ସାଜିବା ସହିତ ଆଗାମୀ ଦିନରେ ସହରରେ ଅନେକ ସମସ୍ୟାର ଆଶଙ୍କା କରାଯାଉଛି। ତେବେ ଆଗକୁ ବର୍ଷାଦିନ ଆସୁଛି ତେଣୁ ଏହାକୁ ସୁଧୁରା ନ ଗଲେ ପରିସ୍ଥିତି ଅସମ୍ଭାଳ ହେବା ସହିତ ନାଳନର୍ଦ୍ଦମାର ଜଳରାଶି ଘର ମଧ୍ୟକୁ ପ୍ରବେଶ କରିବା, ରାସ୍ତା ଉପରେ ନାଳନର୍ଦ୍ଦମା ଜଳରାଶି ବହିବା ଆଦି ସମାସ୍ୟାତକୁ ଅଣଦେଖା କରାଯାଇ ନ ପାରେ । ତେବେ ଲୋକସଂଖ୍ୟା ଦୃଷ୍ଟିରୁ ବୁର୍ଲା ସହର ବିସ୍ପୋଟକ ସ୍ଥିତିରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ବୁର୍ଲା ସହରର ବିଭିନ୍ନ ସ୍ଥାନରେ ଜନବସତିମାନ ସୃଷ୍ଟି ହୋଇ ନିର୍ମାଣ ଉପରେ ନିର୍ମାଣ ଚାଲିଛି। ଯେପରିକି ସୌରଭ ବିହାର, ବସନ୍ତବିହାର, ମଝିପାଲି, ସଦେଇପାଲି ନିୟୁ କଲୋନୀ, ଗୌଡ଼ପାଲି ପଛପାଖ, ସେଣ୍ଟରଲାଇନ ନିକଟ, ସମ୍ବଲେଶ୍ୱରୀ ନଗର, କଣ୍ଟ୍ରାକ୍ଟର୍ସ କଲୋନୀ, ମହତାବ ନଗର, କିର୍ବା ତଥା ଅନ୍ୟାନ୍ୟ ଅଞ୍ଚଳ ମାନଙ୍କରେ ବହିତାଲା ବିଶିଷ୍ଟ କୋଠାମାନ ନିର୍ମାଣ କରାଚାଲିଛି। ମାତ୍ର ସେହି ତୁଳନାରେ ନା ରାସ୍ତାଘାଟ ହେଉଛି ନା ନାଳନର୍ଦ୍ଦମା। ଯାହାକୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷର କାରଣ ସାଜିବା ସହିତ କେତେକ ସମୟରେ ଏହାକୁ ନେଇ ବିବାଦୀୟ ସ୍ଥିତି ଉତ୍ପର୍ଣ୍ଣ ହେଉଛି। ଏପରିକି ସମ୍ବଲେଶ୍ୱରୀ ନଗର ଠାରେ ନାଳ ଅଧାରେ ଅଟକି ରହିଥିବା ଫଳରେ ବର୍ଷାଦିନରେ ପରିତ୍ୟକ୍ତ ଜଳରାଶି ରାସ୍ତା ଉପରେ ବହୁଛି। ସ୍ଥାନୀୟ ବାସିନ୍ଦାଙ୍କ ଯିବା ଆସିବା କରିବା ସେହି ରାସ୍ତାଦେଇ ଦୁର୍ବିସହ ହୋଇ ପଡ଼ୁଛି। ଏହା ସହିତ ମଝିପାଲି ଠାରେ ବହୁତାଲା ବିଶିଷ୍ଟ କୋଠା ଉପରେ କୋଠା ନିର୍ମାଣ ହେବା ସହିତ ଏକ ବିଶାଳ କଲୋନୀରେ ଏହା ପରିବର୍ତ୍ତନ ହେଲାଣି। ମାତ୍ର ଏହି ମଝିପାଲି ବା ଶିବାନନ୍ଦବିହାର ମୁଖ୍ୟ ରାସ୍ତା ଦେଇ ଯିବା ବେଳକୁ ନାଳ ଅଧାରେ ଏହା ତିଆରି ହୋଇ ରଖିଦିଆଯାଇଛି। ଏହା ହେଉଛି ପୁଣି ମୁଖ୍ୟ ନାଳ ଏହି ନାଳରେ ସମସ୍ତ କଲୋନୀ ମାନଙ୍କରୁ ନାଳମାନ ଆସି ସଂଯୋଗ ହେଉଛି। ଏହି ବିଶାଳାଳଟି ମୁଖ୍ୟ ରାସ୍ତା କଡ଼ ପ୍ରଶସ୍ତ ହୋଇ ତିଆରି ହେବା ପରେ ଏହା ସଙ୍କିର୍ଣ୍ଣ ହୋଇ ଠିକ ପୁରୁଣା ମଝିପାଲି ଗ୍ରାମ ସମ୍ମୁଖରେ ଅଟକି ଯିବା ସହିତ ଶିବାନନ୍ଦ ଆଶ୍ରମ ସମ୍ମୁଖ ପର୍ଯ୍ୟନ୍ତ ପ୍ରାୟ ୧୦୦ ମିଟରରୁ ଉଦ୍ଧ୍ୱର୍ ଆଦୌ ତିଆରି ହୋଇ ନାହିଁ। ଫଳରେ ବର୍ଷାଦିନେ ପରିତ୍ୟକ୍ତ ଜଳରାଶି ରାସ୍ତାଉପରେ ବହୁଛି ଯାହାକି ସଂକ୍ରମଣକୁ ଡ଼ାକି ଆଣିବା ସଦୃଶ ହୋଇଛି। ଏହା ଦିଗରେ ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ଭୂମିକା ସଂନ୍ଦେହ ଘେରରେ ରହିଛି। ପୁଣି ପୁରାତନ ମଝିପାଲି ଗ୍ରାମର ପ୍ରବେଶ ପଥରୁ ଶେଷମୁଣ୍ଡ ଯାଏଁ କୌଣସି ନାଳ ତିଆରି କରାଯାଇ ନାହିଁ। ଫଳରେ ଗ୍ରାମସାରା ପରିତ୍ୟକ୍ତ ଜଳରାଶି ମଧ୍ୟଦେଇ ଯିବା ଆସିବା କରୁଛନ୍ତି। ଏଭଳି ଭାବରେ ବସନ୍ତବିହାରର, ନିୟୁ ସଦେଇପାଲି କଲୋନୀରେ ମଧ୍ୟ ଅନେକ ସ୍ଥାନରେ ନାଳନର୍ଦ୍ଦମା ତିଆରି କରାଯାଇ ନ ଥିବା ଦେଖିବାକୁ ମିଳୁଛି। ମହତାବନଗର, ଗାନ୍ଧିପଡ଼ା, ବଲେରପଡ଼ା, ୱାନଆର କଲୋନି, କଚ୍ଚା ମାର୍କେଟ, ସମ୍ବଲେଶ୍ୱରୀ ନଗର, ବୋର୍ଡ଼କଲୋନି, ମଝିପାଲି, ଗୌଡ଼ପାଲି, ସଦେଇପାଲି, ଅଟାଚକି ପଡ଼ା,  କିର୍ବା, ପାଣିଟାଙ୍କି ପଡ଼ା, ଭକ୍ତିମଣ୍ଡପ, ଗୌଡ଼ପାଲି ଓସିବି କଲୋନି ଏବଂ ବୁର୍ଲା ମେଡ଼ିକାଲର ମଧ୍ୟ ପରିମଳ ତଥା ନାଳିନର୍ଦ୍ଦମା ବ୍ୟବସ୍ଥାରେ ସୁଧାରର ଆବଶ୍ୟକତା ରହିଛି। ଫଳରେ ସମ୍ବଲପୁର ମହାନିଗମ ନିଗମ କର୍ତ୍ତୃପକ୍ଷଙ୍କ ସ୍ଥାଣୁ  ମନୋଭାବ ସହରର ଅବସ୍ଥାକୁ ଧିରେ ଧିରେ ବିପର୍ଯ୍ୟସ୍ତତା ମଧ୍ୟକୁ ଠେଲି ଦେଉଛି। ଏହାପ୍ରତି ଧ୍ୟାନ ଦିଆଯାଇ ଏହି ସମାସ୍ୟାର ସମାଧାନ କରାଯିବା ଦିଗରେ ସଚେତନ ବର୍ଗରେ ଦାବି ହେଉଛି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories